Latest Odisha News

BREAKING NEWS

ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର !

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଆମେ ସାଧାରଣତଃ ଖାଦ୍ୟ ଅର୍ଡର କରିବା ଲାଗି ସ୍ବିଜି, ଜମାଟୋ ଭଳି ଡେଲିଭରି ସଂସ୍ଥାକୁ ବ୍ୟବହାର କରିଥାଉ  । କିନ୍ତୁ ଏବେ ଏସବୁ ସଂସ୍ଥା ମାଧ୍ୟମରେ ଡ୍ରଗ୍ସ ମଗାଯାଉଛି । ଏବେ ଓଡ଼ିଶାରେ ବେଧଡ଼କ ଭାବରେ ଚାଲିଛି ଡ୍ରଗ୍ସ କାରବାର । ଆଉ ଅନଲାଇନରେ ବି ଡ଼୍ରଗ୍ସ ମିଳିଲାନି  । ଏବେ ନୂଆ ନୀତି ଆପଣାଇଛନ୍ତି ଡ଼୍ରଗ୍ସ ମାଫିଆ ।

BjdElectrycity

ଏ ନେଇ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, ସ୍ବିଗି ପରି ଫୁଡ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇ ତାହାର ବ୍ୟବହାର କରାଯାଉଛି । କାରଣ ସେମାନେ ଯୋଗାଉଥିବା ପ୍ୟାକେଟରେ କଣ ଅଛି, ତାହା ପଚାରିବାର ଅଧିକାର ସ୍ବିଗିରେ ନାହିଁ । ସେ ଆହୁରି କହିଛନ୍ତି, ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ଏବେ ଉପାନ୍ତ ଅଞ୍ଚଳକୁ ବ୍ୟାପିଲାଣି ।

ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀମାନେ ହିଁ ଡ୍ରଗ୍ସ ନେଉଥିଲେ । ହେଲେ ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି । ତେଣୁ ଭାରତକୁ ନିଶାମୁକ୍ତ କରିବା ପାଇଁ କମିଟିକୁ ପ୍ରଥମେ ସ୍କୁଲ କଲେଜ ଯାଇ ପିଲାମାନଙ୍କୁ ସଚେତନ କରିବାକୁ ପଡ଼ିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୁଲ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶା ନିବାରଣ ସମ୍ପର୍କୀତ ସଚେତନନା ଅଭିଯାନକୁ ଜୋରଦାର କରିବାକୁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

Leave A Reply

Your email address will not be published.