Latest Odisha News

ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ

ଫୁଲବାଣୀ: ପୁଣି ମାଓ କ୍ୟାମ୍ପ ଠାବ କଲେ ଏସଓଜି ଯବାନ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଟୁଡିବାହାଲ ଜଙ୍ଗଲରେ ଏହି ମାଓ କ୍ୟାମ୍ପ ଠାବ କରିଛନ୍ତି ସୁରକ୍ଷାବାହିନୀ । ମାଏ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବହୁ ମାତ୍ରାରେ ବିସ୍ଫୋରକ ମଧ୍ୟ ଜବତ ହୋଇଛି ।

ଖବର ମୁତାବକ, ଟୁଡିବାହାଲ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇବାପରେ ୨୮ ବାଟାଲିୟନର ଏସଓଜି ଯବାନ, ଡିଭିଏଫ ଯବାନ ଓ ବମ୍ ସ୍କ୍ବାଡ୍ର ମିଳିତ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଯବାନମାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ଏହାପରେ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ଯବାନଙ୍କ ପୋଷାକ, ଔଷଧ, ସାଲାଇନ ବୋତଲ ଓ ବିଭିନ୍ନ ପ୍ରକାରର ବିସ୍ଫୋରକ ଜବତ କରିଥିଲେ ଯବାନମାନେ । ଏହାପରେ ଘଟଣାସ୍ଥଳରେ ମାଓକ୍ୟାମ୍ପକୁ ଧ୍ବଂସ କରିଦେଇଥିଲେ ଯବାନ । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.