କନ୍ଧମାଳ: ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପେରସନ ଯୋରଦାର କରାଯାଉଛି । ଏହି ପ୍ରରିପେକ୍ଷିରେ ଆଜି କନ୍ଧମାଳ ଜିଲ୍ଲାରେ କୁମ୍ବିଂ ଅପେରସନ ଚାଲିଥିବାବେଳେ, ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବହୁ ମାତ୍ରାରେ ବନ୍ଧୁକ ସହିତ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।
ଜିଲ୍ଲା ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ସିଆରପିଏଫ୍, ବିଏସଏଫ୍ ମଳିତ ଭାବେ ଏହି କୁମ୍ବିଂ ଅପେରସନ ଚଳାଇଥିଲେ । ତେବେ ମାଓ କ୍ୟାମ୍ପରୁ ଜବତ ମାଓ ସାମଗ୍ରୀ ମଧ୍ୟରେ ୧୩ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି ।
ଆଜି ସକାଳୁ ଜିଲ୍ଲା ପୋଲିସର ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫର ମିଳିତ ଭାବେ କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ବଡ଼ ଧରଣର କୁମ୍ବିଂ ଅପେରସନ ଆରମ୍ଭ କରାଯାଇଛି । ଏହି ଜଙ୍ଗଲରେ ବହୁ ହାର୍ଡକୋର ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।