Latest Odisha News

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ

ବଲାଙ୍ଗିର: ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଠାବ ହେଲା ମାଓ କ୍ୟାମ୍ପ। ବଲାଙ୍ଗିର ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ। ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ମାଓବାଦୀ।

ସୂଚନା ଅନୁସାରେ ପାହାଡ ଉପରେ ମାଓ କ୍ୟାମ୍ପ ଚାଲୁଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ମୁହାଁମୁହିଁ ହୋଇଥିଲେ ପୋଲିସ ଓ ମାଓବାଦୀ। ହେଲେ ହଠାତ୍ ମାଓବାଦୀ ପୋଲିସ ଖବର ପାଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।

ଅନ୍ୟପଟେ ଘଟଣା ସମ୍ପର୍କରେ ଜାଣି ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି। ଏନେଇ ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି। ଉଲ୍ଲେଖ ଥାଉକି ଗତ କିଛି ଦିନ ହେବ ଲଗାତାର ସୁରକ୍ଷାକର୍ମୀ ସଫଳତା ହାସଲ କରୁଛନ୍ତି। ଏହାରି ଭିତରେ ମାଓ ଅଞ୍ଚଳର ଭିବିନ୍ନ ରାଜ୍ୟରୁ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ଆସି ସାମିଲ ହେଉଛନ୍ତି।

 

Comments are closed.