ନୂଆପଡ଼ା: ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ଓଡ଼ିଶା-ଛତିଶଗଡ଼ ସୀମାରେ ଠାବ କଲେ ମାଓ କ୍ୟାମ୍ପ। କିନ୍ତୁ ଛତ୍ରଭଙ୍ଗ ଦେଲେ ମାଓବାଦୀ। କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ରହିଛି। ସିନାପାଲି ଥାନା ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ଡିଭିଏଫ୍ ଓ ଛତିଶଗଡ଼ ପୋଲିସର ମିଳିତ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ। IED, ଜିଲୋଟିନ୍ ଓ ଡେଟୋନୋର ଜବତ ହୋଇଛି। କିନ୍ତୁ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଲେ ମାଓବାଦୀ।
ମାଓ କ୍ୟାମ୍ପରୁ ଗୋଟିଏ ଟିଫିନ ବୋମା, ୨୦ଟି ଜିଲୋଟିନ୍ ସମେତ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏସ୍ପି କହିଛନ୍ତି, ଗତ ୫ ତାରିଖରେ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା। ଏହି ଆଧାରରେ ଡ଼ିଭିଏଫ ଟିମ୍ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା।
ତେବେ ସୁରକ୍ଷା ବାହିନୀ ସଠିକ ସମୟରେ ଅପରେସନ କରି ମାଓ କ୍ୟାମ୍ପକୁ ଠାବ କରି ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଥିଲେ। ଏବେ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ସମ୍ପୃକ୍ତ ଜଙ୍ଗଲରେ ଯବାନଙ୍କ କମ୍ବିଂ ଅପରେସନ ଜାରି ରହିଥିବା ଏସପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ସୂଚନା ଥାଉକି ସୋମବାର ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର।
Comments are closed.