Latest Odisha News

BREAKING NEWS

ନାଚଗୀତରେ ମସଗୁଲ ମାଓବାଦୀ, ଭିଡିଓ ହେଲା ଭାଇରାଲ

ମାଲକାନଗିରି: ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ନାଚି ନାଚି ଝୁମୁଛନ୍ତି ମାଓବାଦୀ। ମହିଳା ଓ ପୁରୁଷ ବର୍ଦ୍ଦି ଧାରୀ ମାଓବାଦୀ ଭରପୁର ଆନନ୍ଦ ଉଠାଇ ଜଙ୍ଗଲ ମଧ୍ୟରେ ନାଚିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ । ମାଓ ଅପରେସନ ବେଳେ କୌଣସି ହିଂସାକାଣ୍ଡ ଘଟାଇ ସଫଳତା ମିଳିଲେ ଏଭଳି ନାଚିବାର ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ । ଏହି ଭିଡିଓରେ, ଅନେକ ମାଓବାଦୀ ନିଜ ମାଓ ୟୁନିଫର୍ମ ସହ ବନ୍ଧୁକ ଧରି ପରସ୍ପରର ହାତ କୁ ହାତ ଧରି ନାଚୁଥିବାର ଦେଖିବାକୁ ମିଳିଛି । ଏଥିରେ ଅନେକ ମାଓ ସମର୍ଥକ ମଧ୍ୟ ଅଛନ୍ତି ।

ସୂଚନା ଅନୁସାରେ, ଏକ ଅଜ୍ଞାତ କ୍ୟାମ୍ପରେ ମାଓବାଦୀ ମାନେ ନାଚୁଥିବାର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ମହିଳା ଓ ପୁରୁଷ ମାଓବାଦୀ ୟୁନିଫର୍ମ ସହ ବନ୍ଧୁକ ଧରି ପରସ୍ପରର ହାତ କୁ ହାତ ଧରି ନାଚୁଥିବାର ଦେଖିବାକୁ ମିଳିଛି । କିଛି ମାଓବାଦୀ ନାଚୁଥିବା ବେଳେ  ଆଉ କିଛି ମାଓବାଦୀ ହାତରେ ବନ୍ଧୁକ ଧରି ଚାରି ଆଡେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହି ମାଓ କ୍ୟାମ୍ପ ରେ ଏନେକ ଟପ କ୍ୟାଡର ମାଓବାଦୀ ଦେଖିବାକୁ ମିଳିଛି। ପୋଲିସ କୁ କଡା ଚ୍ୟାଲେଞ୍ଜ ଦେଇ ଖୁଲମ ଖୁଲା ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓ ସଙ୍ଗଠନ।ପ୍ରତିଦିନ ମାଓବାଦୀ ଏହି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଲୋକଙ୍କୁ ଆତଙ୍କିତ କରୁଥିବା ବେଳେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମାଓବାଦୀ ଙ୍କ ଏଭଳି ଖୁସି ଜାହିର କରିବା ଆଗକୁ ଏକ ବଡ଼ ଧରଣର ମାଓ ହିଂସାକାଣ୍ଡ କୁ ସୂଚନା ଦେଉଛି।ତେଣୁ ପୋଲିସ ଏଥିପ୍ରତି ବଡ଼ ସତର୍କତା ଅବଲମ୍ବନ ରହିବା ସହ ମାଓ ଦମନ ଅପରେସନ ଜୋରଦାର କରିବା ଆବଶ୍ୟକ ରହିଛି।

 

Leave A Reply

Your email address will not be published.