Latest Odisha News

BREAKING NEWS

ଘୁଞ୍ଚିପାରେ ଚନ୍ଦ୍ରମୁଖୀ -୨ର ରିଲିଜ୍ ତାରିଖ, ‘ଜୱାନ’ର କ୍ରେଜ ଦେଖି ଦ୍ଵନ୍ଦରେ ନିର୍ଦ୍ଦେଶକ

ମୁମ୍ବାଇ: ଜୱାନ’ର ସଫଳତା ଦେଖି ଅନ୍ୟାନ୍ୟ ଫିଲ୍ମ ନିର୍ମାତା ମାନେ ନିଜ ଫିଲ୍ମର ରିଲିଜକୁ ନେଇ ପଛଘୁଞ୍ଚା ଦେଉଥିବାର ଦେଖା ଯାଇଛି । ପ୍ରେକ୍ଷାଳୟ ଗୁଡ଼ିକରେ ଫିଲ୍ମ ‘ଜୱାନ’ ଚାଲିଥିବା ବେଳେ କାଳେ ତାଙ୍କର ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ନକରିବ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଅନେକ ଫିଲ୍ମ ନିର୍ଦ୍ଦେଶକ । ଏହାରି ଭିତରେ ସାମ୍ନାକୁ ଆସୁଛି କଙ୍ଗନା ରଣାୱତ ଏବଂ ରାଘବ ଲରେନ୍ସଙ୍କ ଅଭିନୀତ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ-୨ ସହ ଜଡ଼ିତ ଏକ ବଡ ଖବର ।

କଙ୍ଗନା ରଣାୱତ ଏବଂ ରାଘବ ଲରେନ୍ସଙ୍କ ଅଭିନୀତ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ-୨ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ହୋଇପାରେ ବୋଲି ଜଣାପଡିଛି । ଫିଲ୍ମର ନିର୍ମାତା ଏହା ପୂର୍ବରୁ ଘୋଷଣା କରିଥିଲେ ଯେ, ଚନ୍ଦ୍ରମୁଖୀ -୨ ସେପ୍ଟେମ୍ବର ୧୯,୨୦୨୩ରେ ମୁକ୍ତିଲାଭ କରିବ। କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିପାରେ ବୋଲି ଆଲୋଚନା ହେଉଛି।

ପି ବାସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଚନ୍ଦ୍ରମୁଖୀ ୨’ ରଜନୀକାନ୍ତଙ୍କ ୨୦୦୫ର ହିଟ୍ ଫିଲ୍ମର ଏକ ସିକ୍ୱେଲ୍ ଅଟେ । କଙ୍ଗନା ରଣାୱତ ଏବଂ ସାଉଥ୍ ଷ୍ଟାର୍ ରାଘବ ଲରେନ୍ସଙ୍କ ଅଭିନୀତ ଚଳଚ୍ଚିତ୍ର ରିଲିଜ୍ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇଛି । କିନ୍ତୁ ଏହି ସମୟରେ ଫିଲ୍ମର ରିଲିଜ୍ ତାରିଖକୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରାଯାଉଛି । ରିପୋର୍ଟ ଅନୁସାରେ, ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଜବାନ ପାଇଁ ‘ଚନ୍ଦ୍ରମୁଖୀ ୨’ର ରିଲିଜ ଡେଟ୍‌ ସ୍ଥଗିତ କରାଯାଉଥିବା ଜଣାପଡ଼ିଛି ।

ତେବେ ପ୍ରଥମ ଥର ପାଇଁ କଙ୍ଗନା ରାଘବଙ୍କ ସହ ‘ଚନ୍ଦ୍ରମୁଖୀ-2’ରେ ଗୋଟିଏ ସ୍କ୍ରିନ ସେୟାର କରିବେ । ଏହାସହ କଙ୍ଗନାଙ୍କୁ ପ୍ରଥମ ଥର ପାଇଁ ଏକ ଘୋଷ୍ଟ ବା ଭୁତ ଭୂମିକାରେ ଦେଖାଯିବ । ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ଼ରେ ଭାଷାରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ କଙ୍ଗନା ଏବଂ ରାଘବଙ୍କ ସହ ଭାଡିଭେଲୁ, ରାଧୁକା ସରତ କୁମାର, ଲକ୍ଷ୍ମୀ ମେନନ୍, ମହିମା ନାମ୍ବିଆର୍, ସୃଷ୍ଟି ତାଙ୍ଗେ, ସୁବିକ୍ଷା କୃଷ୍ଣନ୍, ରବି ମାରିଆ, ଶ୍ରୀନିବାସନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଚନ୍ଦ୍ରମୁଖୀ-2’ର ପ୍ରଥମ ଭାଗ ପରି ଦ୍ବିତୀୟ ଭାଗକୁ ମଧ୍ଯ ପି.ବାସୁ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଫିଲ୍ମରେ ଏମ କାରଭାନୀ ମ୍ୟୁଜିକ ଦେଇଛନ୍ତି

Leave A Reply

Your email address will not be published.