Latest Odisha News

BREAKING NEWS

ଛତିଶଗଡ଼ର କାଁକେର ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ବର୍ବରତାର ସମସ୍ତ ସୀମା ଲଂଘିଲେ ଲାଲ ବାହିନୀ । ପୁଣିଥରେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି । ଏପରିକି ଜିଲ୍ଲାର ତୋଡ଼କି ଥାନା ଅନ୍ତର୍ଗତ କୋଷରଣ୍ଡା ଅଞ୍ଚଳରେ ମାଓବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି । ଗୁଳି ବିନିମୟ ଓ ବିସ୍ଫୋରଣରେ ଜଣେ ଏସଏସବି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ପୋଲିସ ରିପୋର୍ଟ ଅନୁଯାୟୀ ରେଳବାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଯବାନମାନେ ସୁରକ୍ଷା ଦାୟିତ୍ୱରେ ଥିଲେ । ଏହି ନିର୍ମାଣ କାମ ରୋକିବା ଲାଗି ମାଓବାଦୀ ବିସ୍ଫୋରଣ ଘଟାଇବା ପରେ ଯବାନମାନେ ପାଲଟା ଜବାବ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନମୟ ଜାରି ରହିଥିବା ସୂଚନା ରହିଛି । ଆହତ ଯବାନଙ୍କୁ ମେଡ଼ିକାଲ ନେବା ପାଇଁ ଡ଼ିଆରଜିର ଏକ ଟିମ୍ ପଠାଯାଇଥିବା ନେଇ କାଁକେର ଏସପି ଶଲଭ ସିହ୍ନା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.