Latest Odisha News

BREAKING NEWS

ଲାଲବାହିନୀ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବରକାଣ୍ଡ । ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଆଉ ଦୁଇ ଜଣଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଛାଡ଼ି ଦେଇଛନ୍ତି ।

ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଜଣଙ୍କୁ ଗଳାକାଟି ହତ୍ୟା କରିଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଏଭଳି ନୃଶଂସ କାଣ୍ଡ କରିଛନ୍ତି ମାଓବାଦୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଲୋକମାନେ ଭୟରେ ଘରୁ ବାହାରୁ ନାହାନ୍ତି ।

Leave A Reply

Your email address will not be published.