Latest Odisha News

BREAKING NEWS

ରାଉରକେଲାରେ ୧୨ କୋଟିର ଜିଏସଟି ଠକେଇ

ରାଉରକେଲା: ଓଡ଼ିଶାରେ ପୁଣି ଥରେ ସାମନାକୁ ଆସିଛି ଏକ ବଡ଼ ଧରଣର ଜିଏସଟି ଠକେଇ । ରାଉରକେଲାରେ ୧୨ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ନେଇ ଅଭିଯୋଗ ହୋଇଛି । ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଏହି ଠକେଇ ହୋଇଛି ।

BjdElectrycity

ଜାଲ୍ ଆକାଉଣ୍ଟ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରେ ମିଡଟାଉନ୍ ଶାଖାରେ ଖୋଲାଯାଇଛି । ଠକେଇ ନେଇ ତନାଘନା ତଦନ୍ତ ଆରମ୍ଭ କରିଛି ଜିଏସଟି ବିଭାଗ । ଏଥିରେ ଏକାଧିକ ଲୋକଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି । ଠକେଇ ପଛରେ ଗୋଟିଏ ବଡ଼ ଗ୍ୟାଙ୍ଗ କାମ କରୁଥାଇପାରେ । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଖୋଳତାଡ ଚାଲିଛି ।

ରାଉରକେଲା ସହରର ବସ୍ତି ଅଞ୍ଚଳରେ ରହୁଥିବା ବିଶ୍ୱଜିତ୍ ତାଣ୍ଡିଆଙ୍କ ନାଁରେ ଜାଲ୍ ଆଖାଉଣ୍ଟ ଖୋଲା ଯାଇଛି । ଠକେଇ ନେଇ ଖୋଳତାଡ ବେଳେ ସାମାନକୁ ଆସିଛି ସାଂଘାତିକ ସତ । ବିଶ୍ୱଜିତଙ୍କ ଦସ୍ତଖତ ମେଳ ଖାଉ ନାହିଁ । ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.