Latest Odisha News

BREAKING NEWS

ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ, ଏକେ-୪୭ ଜବତ

ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୋଲିସକୁ ବଡ ସଫଳତା। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି। ନିହତ ମାଓବାଦୀ ଜଣଙ୍କ ମଦେଡ ଏରିଆ କମିଟି ସେକ୍ରେଟାରୀ ନାଗେଶ ପଦମ ବୋଲି ଜଣାପିଛି। ନାଗେଶକୁ ଧରିବା ପାଇଁ ସରକାର ତା ମୁଣ୍ଡ ଉପରେ ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ସୂଚନାମୁତାବକ, ବିଜାପୁରର କୋରଂଜେଡ-ବନ୍ଦେପାରା ଜଙ୍ଗଲରେ ମଦେଡ ଏରିଆ କମିଟି ସେକ୍ରେଟାରୀ ନାଗେଶ ପଦମ, ଏସିଏମ ବୁଚନ୍ନା, ଏସିଏମ ବିଶ୍ବନାଥ ସହ ୧୫ରୁ ଉର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ ଲୁଚିରହିଥିବା ସୂଚନା ମିଳିଥିଲା । ଏହାପରେ ବିଜାପରରୁ ଡିଆରଜି, ବସ୍ତର ଫାଇଟର, ଏସଟିଏଫ ଏବଂ କେରିପୁ ୧୭୦ର ମିଳିତ ଟିମ ସର୍ଚ୍ଚ ଉପରେସନରେ ବାହାରିଥିଲେ। ଏହି ସମୟରେ ବନ୍ଦେପାରା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ବିପୁଳମାତ୍ରାରେ ପୋଲିସ ଫୋର୍ସ ଦେଖି ଅନ୍ୟ ମାଓବାଦୀମାନେ ଖସି ପଳାଇଥିବାବେଳେ, ନକ୍ସଲନେତା ନାଗେଶ ପୋଲିସ ଗୁଳିରେ ନିହତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ଜବତ ହୋଇଛି।

ତେବେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ, ଏହି ନକ୍ସଲମାନେ ଏକ ବଡଧରଣର କାଣ୍ଡ ଘଟାଇବା ନେଇ ପୋଲିସକୁ ସୂଚନା ମିଳିଥିଲା । ଯାହାକୁ ନେଇ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରି ଏହାକୁ ଅସଫଳ କରିବାରେ ସକ୍ଷମ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରିରହିଛି।

Comments are closed.