Latest Odisha News

BREAKING NEWS

ଏନକାଉଣ୍ଟରରେ ମାଓବାଦୀ ନେତା ଭାସ୍କର ନିହତ, ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରୁ ମୃତଦେହ ଉଦ୍ଧାର

ରାୟପୁର: ଛତିଶଗଡ଼ର ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ହୋଇଥିବା ଏକ ଏନକାଉଣ୍ଟରରେ ଆଉ ଜଣେ ଶୀର୍ଷ ସିପିଆଇ (ମାଓବାଦୀ) କମାଣ୍ଡର ନିହତ ହୋଇଛନ୍ତି। ଶୁକ୍ରବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଟପ୍ ମାଓବାଦୀ ନେତା ସୁଧାକର ନିହତ ହୋଇଥିଲା।

ମୃତ ନକ୍ସଲଙ୍କୁ ଭାସ୍କର ଭାବରେ ଚିହ୍ନଟ କରାଯାଇଛି। ବସ୍ତର ରେଞ୍ଜ ପୋଲିସ ମହାନିରୀକ୍ଷକ ସୁନ୍ଦରରାଜ ପି କହିଛନ୍ତି ଯେ ମୃତକଙ୍କୁ ମୈଲାରାପୁ ଆଡେଲୁ ଭାବରେ ଚିହ୍ନଟ କରାଯାଇଛି। ଯିଏକି ଭାସ୍କର ଭାବରେ ଲୋକପ୍ରିୟ ଥିଲେ। ସେ ସିପିଆଇ (ମାଓବାଦୀ)ର ତେଲେଙ୍ଗାନା ରାଜ୍ୟ କମିଟି (ଟିଏସସି)ର ଜଣେ ଉଚ୍ଚପଦସ୍ଥ କର୍ମକର୍ତ୍ତା ଥିଲେ।

ଭାସ୍କର ମଞ୍ଚେରିଆଲ-କୋମାରମ୍ଭୀମ (ଏମକେବି) ଡିଭିଜନର ସେକ୍ରେଟାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ସ୍ୱତନ୍ତ୍ର କମିଟି ସଦସ୍ୟ (ଏସସିଏମ) ପଦରେ ଥିଲେ।

ତେବେ ଏହି ଏନକାଉଣ୍ଟର ରାଜ୍ୟ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ ସିଆରପିଏଫର ସ୍ପେଶାଲାଇଜଡ୍ ୟୁନିଟ୍ କୋବ୍ରା ପକ୍ଷରୁ ବୁଧବାର ଠାରୁ ଚାଲିଥିଲା ବୋଲି ପୋଲିସ ଆଇଜି ସୁନ୍ଦରରାଜ କହିଛନ୍ତି।

“ଏନକାଉଣ୍ଟର ସରିବା ପରେ ଘଟଣାସ୍ଥଳରୁ ଜଣେ ନକ୍ସଲଙ୍କ ମୃତଦେହ ସହିତ ଏକ ଏକେ-୪୭ ରାଇଫଲ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା। ତେବେ ମୃତଦେହଟି ଭାସ୍କର ଓରଫ ମୈଲାରାପୁ ଆଡେଲୁଙ୍କର, ଯିଏକି ନିଷିଦ୍ଧ ମାଓବାଦୀଙ୍କ ତେଲଙ୍ଗାନା ରାଜ୍ୟ କମିଟି (TSC)ର ଏକ ସ୍ୱତନ୍ତ୍ର ଜୋନାଲ କମିଟି (SZC) ସଦସ୍ୟ ଥିଲା। L ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ବାସିନ୍ଦା ଭାସ୍କର ମାଓବାଦୀଙ୍କ TSCର ମଞ୍ଚେରିଆଲ-କୋମାରମ୍ଭୀମ (MKB) ଡିଭିଜନର ସଚିବ ଥିଲେ। ତାଙ୍କ ଉପରେ ଛତିଶଗଡ଼ରେ ୨୫ ଲକ୍ଷ ଏବଂ ତେଲଙ୍ଗାନାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା ବୋଲି ସେ କହିଛନ୍ତି।

ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲଙ୍କ କାର୍ଯ୍ୟକଳାପକୁ ସମାପ୍ତ କରିବା ଲକ୍ଷ୍ୟ ରଖାଯାଇଛି।

Comments are closed.