Latest Odisha News

BREAKING NEWS

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡ ବିଧାନ କରିଛନ୍ତି । ୨୦୧୪ ମସିହା ବଡବଜାର କେସ୍ ମାମଲାର ଶୁଣାଣି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି।

ଏହି ରାୟ ବ୍ରହ୍ମପୁର ଏଡିଜି-୧ ସଞ୍ଜୟ ସାହୁ ଶୁଣାଇଛନ୍ତି।

ଏହି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ୨୦୧୪ ମସିହାରେ ଗିରଫ ହୋଇଥିବା ବେଳେ ତାଙ୍କ ବିରୋଧରେ ରାଜ୍ୟର ଭିନ୍ନଭିନ୍ନ ଥାନାରେ ପ୍ରାୟ ୧୩୪ରୁ ଅଧିକ ମାମଲା ରହିଛି ।

ଆହୁରି ମଧ୍ୟ ହତ୍ୟା, ଲୁଟ୍ ଓ ଅପହରଣ ଭଳି ପ୍ରାୟ ୧୫ଟି ମାମଲାରେ ରାୟଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପୂର୍ବରୁ ସବ୍ୟସାଚୀ ପଣ୍ଡାଙ୍କୁ ଦୋଷମୁକ୍ତ କରିଥିଲେ ।

ଏହି ମାଓବାଦୀ ନେତା ସବ୍ୟସାଚୀ ରାଜ୍ୟର ରାୟଗଡ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ ।

୨୦୧୯ ମସିହା ଫେବୃଆରୀ ମାସରେ ସୁପ୍ରିମକୋର୍ଟ ନୟାଗଡ ଥାନା ଆକ୍ରମଣ ଘଟଣାରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.