Latest Odisha News

ଓଡିଆ ଅଭିନେତାଙ୍କୁ ଅପହରଣ କରିପାରନ୍ତି ମାଓବାଦୀ! ସତର୍କ ଜାରି..

ବଲାଙ୍ଗୀର: ଅପହରଣ ହୋଇପାରନ୍ତି ଓଡିଆ ଫିଲ୍ମର ଅଭିନେତା । ସତର୍କ କରାଇଲା ଓଡିଶା ପୋଲିସର ଗୁଇନ୍ଦା ବିଭାଗ । ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳରେ ଏବେ କୌଣସି ଓଡିଆ ଫିଲ୍ମର ସୁଟିଂ ଚାଲିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ମୁଖ୍ୟ ଷ୍ଟାରଙ୍କୁ ମାଓବାଦୀ ମାନେ ଅପହରଣ କରିବା ପାଇଁ ଯୋଜନା କରୁଥିବା ଖବର, ଓଡିଶା ପୋଲିସର ଗୁଇନ୍ଦା ବିଭାଗର ହାତରେ ଲାଗିଛି । ଏନେଇ ଅଭିନେତାଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପୋଲିସଙ୍କୁ ସତର୍କ କରାଯାଇଛି ।

ତେବେ ଖପ୍ରାଖୋଲ ଏକ ମାଓ ଅଞ୍ଚଳ । ସେଠାରେ ନିତି ଦିନ କିଛି ନା କିଛି ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ । ହେଲେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ କୌଣସି ଏକ ଓଡିଆ ଫିଲ୍ମର ସୁଟିଂ ଚାଲିଥିବା ସୂଚନା ମିଳିଛି । ଯାହାର ନାମୀଦଦାମୀ ଏବଂ ଜଣାଶୁଣା ଅଭିନେତା, ଅଭିନେତ୍ରୀ ଏବଂ ପ୍ରଯୋଜକମାନେ ସେହି ନିକଟରେ ହିଁ ରହୁଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଉକ୍ତି ଫିଲ୍ମର ମୁଖ୍ୟ ଅଭିନେତାଙ୍କୁ ଅପହରଣ କରିବା ପାଇଁ କାଲେ ଚାଲ୍ କରୁଛନ୍ତି ମାଓବାଦୀ ମାନେ । ଏଥିପାଇଁ ସେଠାରେ ଜିଲ୍ଲା ପୋଲିସ୍ ପ୍ରଶାସନକୁ ସତର୍କ କରାଇଦିଆଯାଇଛି । ତେବେ ଏନେଇ ପୋଲିସ୍ କିମ୍ବା ଉକ୍ତ ଫିଲ୍ମର ସଦସ୍ୟଙ୍କ ପକ୍ଷରୁ କିଛି ବି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.