Latest Odisha News

ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ, ଲୋକେ ଭୟଭୀତ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସରପଲ୍ଲୀ ଛକରେ ପୋଷ୍ଟର ଲଗାଇଲେ ମାଓବାଦୀ । ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି । ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି ।

ଖବର ମୁତାବକ, ଆଜି ସକାଳେ ସରପଲ୍ଲୀ ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଦୀର୍ଘ ଦିନ ପରେ ନକ୍ସଲମାନେ ବନ୍ଧୁଗାଁ ଅଞ୍ଚଳରେ ପୋଷ୍ଟର ଲଗାଇ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ମାଓ ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି ।

Comments are closed.