ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାଞ୍ଜିଗଡ଼ ବ୍ଳକର ଦମାଘାଟି ଛକ, ବେନଗାଁ, ବିଜେପୁର ଥାନା ବଙ୍କାକୁଣ୍ଡ୍ରୁରେ ଏହି ମାଓ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିବାର ଦେଖିବାକୁ ମିଳିଛି ।
ଏହି ପୋଷ୍ଟର ଗୁଡ଼ିକରେ ଉଲ୍ଲେଖ ରହିଛି ଯେ, ପରବହନ ବିଭାଗ ଦୁଇଚକିଆ ଏବଂ ୪ ଚକିଆ ଯାନର ଲାଇସେନ୍ସ ଲାଗି ଜନସାଧାରଣଙ୍କୁ ହଇରାଣ ହରକତ କରୁଛନ୍ତି । ଆରଟିଓ କାର୍ଯ୍ୟାଳୟରେ ଲୋକମାନଙ୍କୁ କେହି ସହଯୋଗ କରୁନାହାନ୍ତି । ପ୍ରତି ପଞ୍ଚାୟତରେ ଆରଟିଓ କ୍ୟାମ୍ପ ଖୋଲାଯାଉ । ନଚେନ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଏହି ମାଓ ପୋଷ୍ଟରରେ ଉଲ୍ଲେଖ ରହିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
Comments are closed.