Latest Odisha News

BREAKING NEWS

କରୋନା ଭୟରେ ମାସ୍କ ଧାରଣ କଲେ ମହାଦେବ !

ବାରଣାସୀ: କରୋନାର ଭୟ ଦିନକୁ ଦିନ ବୃଦ୍ଧି ପାଉଛି। ବିଗତ ୩ ମାସ ହେବ ନିଜ କୋକୁଆ ଭୟରେ ସାରା ବିଶ୍ୱରେ ହାହାକାରସୃଷ୍ଟି କରିଛି କରୋନା।

ଭାରତ ସମେତ ଅନ୍ୟ ୧୦୫ ଟି ଦେଶର ନଇଁ କାୟା ବିସ୍ତାର କରି ସାରିଥିବା କରୋନା କିନ୍ତୁ ଥମିବାର ନାଁ ନେଉ ନାହିଁ । କମିବା ପରିବର୍ତ୍ତେ ଦିନକୁ ଦିନ ଏଥିରେ ଆକାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।


ତେବେ କରୋନାର ଏହି ଭୟରୁ ବର୍ତ୍ତି ପରି ନାହାନ୍ତି ସ୍ବୟଂ ମହାଦେବ । ବାରାଣାସୀର ଜଣେ ପୁରୋହିତ ତାଙ୍କ ମନ୍ଦିରରେ ଥିବା ଦେବତାମାନଙ୍କୁ କରୋନାଭାଇରସରୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧାଇ ପୂଜାପାଠ କରିଛନ୍ତି । COVID-19 କୁ ନଷ୍ଟ କରିବାକୁ କିଛି ଇଶ୍ୱରୀୟ ଚମତ୍କାରିତାର ଆଶା ରଖିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ଦିର ପୁରୋହିତ ଆନନ୍ଦ ପାଣ୍ଡେ କହିଛନ୍ତି ଯେ , “ଘଟଣାଟି ଅଣସ୍ଵଭାବିକ ନୁହେଁ। ଯେହେତୁ କରୋନାଭାଇରସ୍ ସାରା ଦେଶରେ ବ୍ୟାପିବାରେ ଲାଗିଛି ତେଣୁ ମୁଁ, ଏହି ମନ୍ଦିର ଭଗବାନ ବିଶ୍ୱନାଥଙ୍କ ମୁହଁରେ ଏକ ମାସ୍କ ଲଗାଇ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛି” ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯେପରି ଶୀତଦିନେ ଆମେ ଭଗବାନଙ୍କ ପ୍ରତିମୂର୍ତ୍ତି ଉପରେ ଗରମ ପୋଷାକ ଘୋଡାଇବା ସହ ଗରମ ଦିନେ ଥଣ୍ଡା ଲାଗିବାକୁ ଦହି ଛେନା ଘର୍ଷଣ କରି ଗଗରା ଗଗରା ଜଳାଭିଷେକ କରୁ, ସେହିପରି ଆମେ ଦେବତାମାନଙ୍କ ଉପରେ ମାସ୍କ ଲଗାଇଛୁ।

ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ ନକରିବାକୁ ସେ ଲୋକଙ୍କୁ ଅନୁରୋଧ କରିଥିବା ପୁରୋହିତ କହିଛନ୍ତି ।” ପ୍ରତିମାକୁ ଛୁଇଁଲେ ଏହା ଜୀବାଣୁ ବିସ୍ତାର କରିବ” ବୋଲି ପୁରୋହିତ କହିଛନ୍ତି। ସେ ଏବଂ ଅନ୍ୟ ଭକ୍ତମାନେ ମଧ୍ୟ ମାସ୍କ ପିନ୍ଧି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି

Comments are closed.