Latest Odisha News

BREAKING NEWS

Maoist Posters: ରାୟଗଡ଼ାରେ କେବିକେ ଡିଭିଜନ୍ ପକ୍ଷରୁ ଲାଗିଲା ମାଓ ପୋଷ୍ଟର

ରାୟଗଡା: ପୁଣି ରାୟଗଡାରେ ଲାଗିଲା ମାଓ ପୋଷ୍ଟର । କିଛି ଦିନ ପୂର୍ବେ ମାଓ ଶୂନ୍ୟ ଅଞ୍ଚଳ ଘୋଷଣା ହୋଇଥିବାବେଳେ, ଆଜି କେବିକେ ଡିଭିଜନ୍ ପକ୍ଷରୁ ରାୟଗଡ଼ା ସହର ନିକଟରେ ପୋଷ୍ଟର ଲଗାଇ ତାଙ୍କ ସ୍ଥିତି ଜାହିର କରିଛନ୍ତି ମାଓବାଦୀ ମାନେ । ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର ଲାଗିଛି ।

ପୋଷ୍ଟରରେ ସବ୍ୟସାଚୀ ପଣ୍ଡା ଆଦିବାସୀ ନଥିବା ଉଲ୍ଲେଖ ରହିଛି । ଏହା ସହ ପୋଷ୍ଟରରେ ଆହୁରି ଲେଖାଯାଇଛି ଯେ, ଆଜାଦ୍, ଉଦୟ ଓ ନିଖିଲ ମଧ୍ୟ ଆଦିବାସୀ ନୁହନ୍ତି । ଜିଲ୍ଲାର କମ୍ପାନୀମାନେ ନୀରବ ରହିବାକୁ ଉଲ୍ଲେଖ ରହିଛି ।

କେବିକେ ଡିଭିଜନ୍ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ସଂଗଠନ ସବୁବେଳେ ପାଇଁ ରହିଛି ବୋଲି ଉଲ୍ଲେଖ ରହିଛି । ତେବେ ମାଓ ପୋଷ୍ଟର ଲାଗିବା ପରେ ଦୁମାଗୁଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘଟଣା ସ୍ଥଳରେ ସିଆରପିଏଫ ଜବାନ ମାନେ ଆସି ପୋଷ୍ଟରକୁ ହଟେଇଛନ୍ତି ।

Leave A Reply

Your email address will not be published.