ମାଲକାନଗିରି: ସାରା ଦେଶ ମହାମାରୀ କରୋନା ବିରୋଧରେ ଲଢେଇ କରୁଥିବା ବେଳେ ଛତିଶଗଡରେ ପୋଲ ଉଡାଇବାକୁ ଉଦ୍ୟମ କରିଛନ୍ତି ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରେ ଗତକାଲି ମଧ୍ୟରାତ୍ରିରେ ନକ୍ସଲ ମାନେ ଏଭଳି କାଣ୍ଡ ଘଟାଇଛନ୍ତି । ଦୋର୍ଣ୍ଣାପାଲ ଜଗରଗୁଣ୍ଡା ମାର୍ଗ ଅଂଚଳ ପୋଲମପଲ୍ଲୀ ନିକଟରେ ମାଓବାଦୀ ବିସ୍ଫୋରଣ ଘଟାଇଛନ୍ତି ।
ମାଓବାଦୀଙ୍କ ବିସ୍ଫୋରଣରେ ପୋଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିଲେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପୋଲର ତଳପଟୁ ମାଟି ଧସିଯାଇଥିବା ବେଳେ ଉପରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି । ଫଳରେ ପୋଲମପଲ୍ଲୀ ଏବଂ ଗୋରଗୁଣ୍ଡାକୁ ସଂଯୋଗ କରୁଥିବା ଏହି ପୋଲ ଦେଇ ଯାତାୟତ ବିପଦପୂର୍ଣ୍ଣ ହୋଇଯାଇଛି । ଏହି ଅଂଚଳରେ ମୁତୟନ ହୋଇଥିବା ଯବାନଙ୍କ ଗାଡି ଏହି ପୋଲ ଦେଇ ଆଉ ଯାଇପାରିବ ନାହିଁ । କରୋନାର ଭୟଙ୍କର ସ୍ଥିତି ମଧ୍ୟରେ ଓଡିଶାରେ ମାଓବାଦୀଙ୍କ ପକ୍ଷରୁ କୌଣସି ଅସ୍ଥିରତା ସୃଷ୍ଟି କରାଯିବନି ବୋଲି ଘୋଷଣା କରାଯାଇଥିବା ବେଳେ ଛତିଶଗଡରେ ମାତିଛନ୍ତି ମାଓବାଦୀ ।
Comments are closed.