Latest Odisha News

BREAKING NEWS

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ

ରାଉରକେଲା: ଶହୀଦ ସପ୍ତାହରେ ମାଓବାଦୀଙ୍କ ହିଂସାକାଣ୍ଡ । ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି ।

ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଛି ଓ ଟ୍ରାକରେ ଖାତ ସୃଷ୍ଟି ହୋଇଛି । ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ସୂଚନାଥାଉକି, ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି ।

ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ସମ୍ବେଦନଶୀଳ ମାର୍ଗରେ ଏକ୍ସପ୍ରେସ‌୍ ଓ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ଯାତ୍ରା ପୂର୍ବରୁ ମାଲବାହୀ ଟ୍ରେନ୍‌ ଚଳାଇବା ପାଇଁ ନିର୍ଦ୍ଦେଶ ଜାରିହେଇଛି।

କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରେଳବାଇ ହେଲ୍ପଲାଇନ୍ କିମ୍ବା ନିକଟତମ ରେଳଷ୍ଟେସନକୁ ଜଣାଇବାକୁ ରେଳ ପ୍ରଶାସନ ଯାତ୍ରୀଙ୍କୁ ନିବେଦନ କରାଯାଇଛି ।

Comments are closed.