Latest Odisha News

BREAKING NEWS

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ ‘ସିପିଆଇ’ର କେତେକ ସଦସ୍ୟ ଉପସ୍ଥିତ ଥିବା ନେଇ ସୁରକ୍ଷାକର୍ମୀଙ୍କୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା । ଖବର ପାଇ ପୋଲିସ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା । ପରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ନିହତ ହୋଇଥିଲେ ।

ଏସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଏହି ଘଟଣାରେ ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ପୋଲିସ ଡିଜି (ଏଡିଜିପି) ମୁରାରୀ ଲାଲ୍ ମୀନା କହିଛନ୍ତି, ନିହତ ୨ ଜଣ ଯବାନଙ୍କ ମଧ୍ୟରେ ଜଣେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଯବାନଙ୍କର ମେଡିକାଲରେ ମୃତ୍ୟୁ ଘଟିଥିଲା ।

ସମ୍ପୃକ୍ତ ଯବାନମାନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ।

Leave A Reply

Your email address will not be published.