Latest Odisha News

BREAKING NEWS

ଆଇଆଇଟି ଗୋଆ ନିର୍ଦ୍ଦେଶକଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ: ଆଇଆଇଟି ଗୋଆର ନିର୍ଦ୍ଦେଶକ ବିକେ ଶର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ସିବିଆଇର ହସ୍ତଗତ ନହେବାରୁ ପ୍ରାୟ ୨ ବର୍ଷ ପରେ ସେ ଏହାକୁ ବନ୍ଦ କରିଛି ।

ଏହି ମାମଲାର ସବୁଦିଗକୁ ଯାଞ୍ଚ କରିବା ପରେ ଏଜେନ୍ସି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛି । ଯାଞ୍ଚ ସମୟରେ ଏକତ୍ର କରାଯାଇଥିବା ସମସ୍ତ ସାମଗ୍ରୀକୁ ଫେରସ୍ତ କରିବା ଲାଗି ନିର୍ଦ୍ଦେଶ ଦେବା ସହ ବିଚାରପତି ଜି ସି ବେହରା ଉକ୍ତ ରିପୋର୍ଟକୁ ଗ୍ରହଣ କରିଛନ୍ତି ।

ସିବିଆଇ ଦ୍ୱାରା ଦାଏର କ୍ଲୋଜର ରିପୋର୍ଟନୁଯାୟୀ ଯାଞ୍ଚ ଅବଧି ସମୟରେ ଆଇଏମଏମଟି, ଭୁବନେଶ୍ୱରର ତତ୍କାଳୀନ ନିର୍ଦ୍ଦେଶକ ଏବଂ ଆଇଆଇଟି ଗୋଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିବା ବରଦା କାନ୍ତ ମିଶ୍ରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ସମ୍ପର୍କରେ କୌଣସି ପ୍ରମାଣ ହସ୍ତଗତ ହୋଇପାରିନଥିଲା ।

ଏହି ତଦନ୍ତ ବେଳେ ଶ୍ରୀ ମିଶ୍ର ସିବିଆଇର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାବ୍ୟତିତ ତାଙ୍କର ସମସ୍ତ ଅର୍ଥନୈତିକ ଦସ୍ତାବିଜ ତଥା ଆୟକର ରିଟଣ୍ଣର୍ସ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ସିବିଆଇକୁ ଯାଞ୍ଚ ପାଇଁ ପ୍ରଦାନ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିବିଆଇ ନିଜ କାମ ସଠିକ୍ ଭାବେ ତୁଲାଇଛି ଏବଂ ମୋ’ ବିରୋଧରେ କୌଣସି ଚାର୍ଜସିଟ୍ ଦାଖଲ କରିନାହିଁ । ଆହୁରି ମଧ୍ୟ କୌଣସି ପ୍ରମାଣ ନମିଳିବାରୁ ସିବିଆଇ ଏହି ମାମଲାକୁ ବନ୍ଦ କରିଦେଇଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ସିବିଆଇ ତାଙ୍କ ବିରୋଧରେ ଆର୍ୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.