Latest Odisha News

BREAKING NEWS

ନବରଙ୍ଗପୁର: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନିକଟସ୍ଥ ଏକ ଗ୍ରାମରେ ସଶସ୍ତ୍ର ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଲାକାଟି ହତ୍ୟା କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀମାନେ ଭେନସା ଗ୍ରାମର ଟୁନୁ ଗଣ୍ଡଙ୍କୁ ଘରୁ ଡାକିଆଣି ନିକଟସ୍ଥ ଜଙ୍ଗଲରେ ହତ୍ୟା କରିଥିଲେ।

ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀମାନେ ଆଜି ସକାଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଠାବ କରିବା ପରେ ଏସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ରାଇଗଡ ପୋଲିସ ଓ ନବରଙ୍ଗପୁର ଏସଡିପିଓ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.