Latest Odisha News

ଘରୁ ଡାକିନେଇ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ମାଓବାଦୀମାନେ ଏଠାରେ ଜଣେ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ଭାବେ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ପେରମପଲ୍ଲୀ ଗ୍ରାମର କାବାସି ହୁଙ୍ଗା ।

ଗତକାଲି ରାତିରେ ସଶସ୍ତ୍ର ମାଓବାଦୀମାନେ ପେରମପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ । ସେଠାରେ କାବାସି ହୁଙ୍ଗାଙ୍କ ଘର ପଚାରି ସେଠାରେ ପହଞ୍ଚିଥିଲେ । ଘରୁ କାବାସି ହୁଙ୍ଗାକୁ ଟାଣିଟାଣି ଜଙ୍ଗଲ ଭିତରକୁ ଅପହରଣ କରିନେଇ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ପରେ ପେରମପଲ୍ଲୀ ଗ୍ରାମରେ ଭୟ ଓ ଆତଙ୍କୀତ ହୋଇଛନ୍ତି ଗ୍ରାମବାସୀ ।
ଅନ୍ୟପଟେ, ଆଜି ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସକ୍ରିୟ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ସୁରକ୍ଷାବାହିନୀ ଦ୍ବାରା ସରଣ୍ଡା ଜଙ୍ଗଲରୁ ଜବତ ହେଲା ୧୮ ହଜାର ଡେଟୋନେଟର୍ । ଝାଡ଼ଖଣ୍ଡ ଜାଗୁଆର୍‌ ଓ CRPF ୬୦ ବାଟାଲାୟନର ମିଳିତ ଅପରେସନରେ ବଡ଼ ସଫଳତା ମିଳିଛି ।

Comments are closed.