Latest Odisha News

BREAKING NEWS

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଅ।।ଗାଁ ଥାନା ଅନ୍ତର୍ଗତ ବୁରଡାମାହା ଗ୍ରାମ ନିକଟରେ ଗୁରୁବାର ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି ।

ମୃତ ଯୁବକଙ୍କ ନାମ ଜ୍ଞାନରଞ୍ଜନ ଦିଗଲ ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ ୮-୧୦ ଜଣ ସଶସ୍ତ୍ର ମାଓବାଦୀ ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ପ୍ରବେଶ କରିଥିଲେ । ସେମାନେ ଜ୍ଞାନରଞ୍ଜନଙ୍କୁ ଘରୁ ଟାଣିନେଇ ପରିବାର ବର୍ଗଙ୍କ ସମ୍ମୁଖରେ ଗୁଳି କରିଥିଲେ । ପରବର୍ତ୍ତୀ ସମୟରେ ମୃତଦେହକୁ ଗ୍ରାମର ବାହ୍ୟଞ୍ଚଳରେ ଥିବା ଏକ ବିଦ୍ୟାଳୟ ପରିସରରେ ଫୋପାଡି ଚାଲିଯାଇଥିଲେ ।

ଏହାବ୍ୟତିତ ମାଓବାଦୀମାନେ କିଛି ପୋଷ୍ଟର ଛାଡି ଯାଇଥିଲେ, ଯେଉଁଥିରେ ପୋଲିସ ଇନଫର୍ମର ଭାବେ କାମ କରୁଥିବା ଯୋଗୁଁ ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଉଲ୍ଲେଖ କରିଥିଲେ ।

ଆହୁରି ମଧ୍ୟ ଜିଲ୍ଲାର ମେଲସିକିଆ ଗ୍ରାମରେ ମାଓବାଦୀ ଥିବା ନେଇ ଉକ୍ତ ଯୁବକ ଜଣକ ନିକଟରେ ପୋଲିସକୁ ଖବର ଦେଇଥିଲେ । ପରେ ସୂଚନା ପାଇ ପୋଲିସ ସେହି ଅଞ୍ଚଳରେ ଚଢାଉ କରିଥିଲା, ଯାହାଫଳରେ ପୋଲିସ ଏନକାଉଣ୍ଟରରେ ଜଣେ ପ୍ରମୁଖ ମହିଳା ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଣାପଡିଛି ।

ଉକ୍ତ ପୋଷ୍ଟରରୁ ମାଓବାଦୀମାନେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (କେକେବିଏନ) ଡିଭିଜନର ବୋଲି ଜଣାପଡୁଥିବା ନେଇ ସୁତ୍ରରୁ ପ୍ରକାଶ ।

ସୂଚନା ପାଇ ପୋଲିସ ଓ ସିଆରପିଏଫ୍ ଅଧିକାରୀ ଗ୍ରାମରେ ପହଞ୍ଚିବା ସହ ପାରିପାଶ୍ୱିର୍କ ସ୍ଥିତି ପରଖିଛନ୍ତି । ମାଓବାଦୀମାନଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ମଧ୍ୟ ଆରମ୍ଭ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.