Latest Odisha News

BREAKING NEWS

ଖପ୍ରାଖୋଲ ବ୍ଲକରେ ପୁଣି ଲାଗିଲା ମାଓ ପୋଷ୍ଟର

ପାଟଣାଗଡ଼: ପୁଣି ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଲାଲବାହିନୀ ପୁଣି ଉପସ୍ଥିତି ଜାହିର୍ କରିଛନ୍ତି । ଖପ୍ରାଖୋଲ ଥାନା ଠାରୁ ୬ କିଲୋମିଟର ଦୂର ଘୁନସର ବଜାରରେ ମାଓବାଦୀ ବଡ଼ ବଡ଼ ବ୍ଯାନର ଲଗାଇ ଥିବା ଦେଖିବାକୁ ମିଳିଛି ।

ବରଗଡ଼-ବଲାଙ୍ଗିର ମହାସମୁନ୍ଦ ଡିଭିଜନ ତରଫରୁ ଏହି ବ୍ଯାନର ଲଗାଯାଇଛି । ମହାସମୁନ୍ଦ ୧୯ ତମ ପ୍ରତିଷ୍ଠା ଦିବସ ଗାଁ ଗାଁରେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ସେହିପରି ମାଓବାଦୀଙ୍କୁ ବିରୋଧ କରୁଥିବା ଲୋକଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେବା ପାଇଁ ଲାଲ୍ ବାହିନୀ ପୋଷ୍ଟରରେ ଲେଖିଛି ।

ଗତ ଜାନୁଆରୀ ମାସରେ ଡିଭିଏଫ ଯବାନଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହେବା ପରେ ଛତ୍ରଭଙ୍ଗ ଦେଇଥିଲେ ଲାଲବାହିନୀ । ଏବେ ପୁଣି ମାଓ ବ୍ଯାନର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି । ଲାଠୋର ପୋଲିସ ମାଓ ବ୍ଯାନର ଜବତ କରିଛି ।

Leave A Reply

Your email address will not be published.