Latest Odisha News

BREAKING NEWS

ମାଲକାନଗିରି: କଣ୍ଟ୍ରାକ୍ଟରଙ୍କ ସମ୍ପର୍କୀୟଙ୍କୁ ହତ୍ୟା ସହ ଜେସିବି ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗ୍ରାମ ନିକଟରେ ସୋମବାର ଦିନ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଯବାନଙ୍କ ପକ୍ଷରୁ ମାଲକାନଗିରି-ଛତିଶଗଡ ସୀମାରେ ତଲାସୀ ଅଭିଯାନ ଜୋରଦାର ଜାରି ରହିଛି ।

ମୃତକ ଜଣଙ୍କ ଗୁପ୍ତ ସ୍ୱାଇଁ ଏବଂ ସେ କୁକୁରକୁଣ୍ଡରୁ ଟେମୁରୁପାଲିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମରେ ନିୟୋଜିତ ଥିବା ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ କିଛି ସଶସ୍ତ୍ର ମାଓବାଦୀ ଆଜି କୁକୁରକୁଣ୍ଡ ଗ୍ରାମରେ ପ୍ରବେଶ କରି ନିକଟରେ ଥିବା ଏକ ଜେସିବି ମେସିନରୁ ଡିଜେଲ କାଢି ନେଇଥିଲେ । ପରେ ଉକ୍ତ ଗାଡିରେ ନିଆଁ ଲଗାଇବା ସହ ଅନ୍ୟ ଏକ ଟ୍ରକକୁ ମଧ୍ୟ ଜାଳିଦେଇଥିଲେ । ପରବର୍ତ୍ତୀ ସମୟରେ ନିକଟରେ ଥିବା ଏକ ଶିବିରରେ ପ୍ରବେଶ କରି ଲୋକଙ୍କୁ ପିଟାପିଟି କରିବା ସହ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି ।

Leave A Reply

Your email address will not be published.