Latest Odisha News

BREAKING NEWS

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ : ପୁରୀ ଜିଲ୍ଲାର ତାଳବଣିଆ ଥାନା ଅନ୍ତର୍ଗତ କୁମୁଟିପାଟଣା ଅଞ୍ଚଳର ନିକଟରେ ପୋଲିସର ଏନକାଉଣ୍ଟରରେ ସୋମବାର ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ରଶ୍ମୀ ରଞ୍ଜନ ପଣ୍ଡା ଓରଫ୍ ଗୁଡୁ (୨୮) ବୋଲି ଜଣାପଡିଛି । ଆହତ ଗୁଡୁକୁ ଚିକିତ୍ସା ନିମନ୍ତେ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ଗୁଡୁ ଓ ତା’ର ଭାଇ ଚନ୍ଦନ ପଣ୍ଡା ଦୁହେଁ ସିଦ୍ଧ ମହାବୀର ଅଞ୍ଚଳର ଏକ ଦୋକାନ ନିକଟରେ ପହଞ୍ଚି ରାକେଶ କୁମାର ନାୟକ ଓରଫ୍ ଭିକି (୨୫) ଉପରେ ଅଚାନକ ଗୁଳି ଚଳାଇଥିଲେ । ସେଠାରୁ ତାକୁ କୁମୁଟିପାଟଣା ନେଇ ପୁଣି ୨ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଭିକି ନିକଟସ୍ଥ ଏକ ନାଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାନେଇ ତା’ର ଜଣେ ସାଙ୍ଗ ଦେଖିବାକୁ ପାଇଥିଲା । ପରେ ଭିକିକୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ତା’କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ ।

ଭିକିର ପରିବାର ବର୍ଗ ଏନେଇ ଥାନାରେ ଏକ ଏତଲା ଦାଏର କରିଥିଲେ । ଦାଏର ମାମଲାକୁ ଆଧାର କରି ସିଟି ଡିଏସପି ସୁଧାକର ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ଏବଂ ତାଳବଣିଆ ଥାନାର ଭାରପ୍ରାପ୍ତ ପୋଲିସ ଅଧିକାରୀ ଧୀରଜ ଲେଙ୍କା ମିଳିତ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ତାଳବଣିଆ ଜଙ୍ଗଲରେ ଚଢାଉ କରିଥିଲା । ପୋଲିସକୁ ଦେଖି ଗୁଡୁ ପୋଲିସ୍ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା । ଏହାର ଜବାବ ଦେବାକୁ ଯାଇ ପୋଲିସ୍ ପାଲଟା ଗୁଳି ଚାଳନା କରିଥିଲା। ଏହି ଏନକାଉଣ୍ଟରରେ ତା’ର ୨ଟି ଯାକ ଗୋଡରେ ଗୁଳି ବାଜିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.