Latest Odisha News

BREAKING NEWS

ହାଇଟେକ୍ ଆଡ଼କୁ ଗତି କଲେଣି ମାଓବାଦୀ; ଡ୍ରୋନରେ ସୁରକ୍ଷାବାହିନୀର କାର୍ଯ୍ୟକଳାପ କରୁଛନ୍ତି ନିରୀକ୍ଷଣ

ସୁନ୍ଦରଗଡ:ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଏବେ ବି ମାଓବାଦୀମାନେ ଲୁଚିକି ରହିଛନ୍ତି । ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ସେହି ମାଓବାଦୀମାନେ ଡ୍ରୋନ୍ ବ୍ୟବହାର କରୁଛନ୍ତି । ଗୁଇନ୍ଦା ସୂତ୍ର ଅନୁସାରେ ମାଓବାଦୀମାନେ ଏବେ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ରହି ଆଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ସୁରକ୍ଷାବାହିନୀର କାର୍ଯ୍ୟକଳାପ ନିରୀକ୍ଷଣ କରୁଛନ୍ତି ଓ ସୂଚନା ସଂଗ୍ରହ କରୁଛନ୍ତି।

ସରଣ୍ଡା ଅଞ୍ଚଳର ଗ୍ରାମବାସୀ କହିଛନ୍ତି ଯେ, ସେମାନେ ରାତିରେ ଆକାଶରେ ‘ଲାଲ୍‌ ଓ ନୀଳ ଆଲୋକ ସହିତ ଉଡ଼ୁଥିବା ମେସିନ୍’ ଦେଖୁଛନ୍ତି। ସେହି ମେସିନ ଦ୍ରୁତଗତିରେ ଉଡ଼ୁଛି ଏବଂ ଅଳ୍ପ ସମୟ ମଧ୍ୟରେ ଅଦୃଶ୍ୟ ହୋଇଯାଉଛି। ତଥ୍ୟ ଅନୁସାରେ ଛତିଶଗଡ଼ ରାଜ୍ୟର ସୁକମା, ବିଜାପୁର, ଗଡ଼ଚିରୋଲି ଏବଂ ଝାଡ଼ଖଣ୍ଡ ରାଜ୍ୟର ଲାତେହାର ଭଳି ଅଞ୍ଚଳରେ ରାତି ସମୟରେ ଛୋଟ ଛୋଟ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଛି।

ତେବେ ଡ୍ରୋନ୍ ବ୍ୟବହାର ସୁରକ୍ଷାବାହିନୀ ପାଇଁ ଚିନ୍ତାର ବିଷୟ ପାଲଟିଛି। ସୁରକ୍ଷାବାହିନୀର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନକ୍ସଲ ସଙ୍ଗଠନ ଡିଜିଟାଲ ନଜର ରଖିଥିବା କୁହାଯାଉଛି। ଏପଟେ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଘଞ୍ଚ ଜଙ୍ଗଲରେ ଡ୍ରୋନ୍ ରାଡାର ସିଷ୍ଟମ୍‌, ହାଇପାୱାର ନାଇଟ୍ ଭିଜନ୍ କ୍ୟାମେରା ଓ ଆଣ୍ଟି-ଡ୍ରୋନ୍ ଗନ୍ ସାହାଯ୍ୟରେ ନକ୍ସଲଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯାଉଛି।

 

Comments are closed.