Latest Odisha News

BREAKING NEWS

ମାର୍ଚ୍ଚ ୨୦: ଆଜି ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର: ପ୍ରତିଟି ଓଡ଼ିଆର ପ୍ରିୟ ଖାଦ୍ୟ ପଖାଳ । ଖାଲି ଯେ ଓଡିଶା ବା ଓଡ଼ିଆ ନୁହେଁ ପଖାଳର ଲୋକପ୍ରିୟତା ବିଶ୍ୱ ସ୍ତରରେ ଆଣି ଦେଇଛି ଓଡ଼ିଆଙ୍କୁ ଏକ ନୂଆ ପରିଚୟ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ ।

ଆସନ୍ତା ପିଢୀ ଯେପରି ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟର ମହକ ଠାରୁ ଦୂରେଇ ନଯାଏ, ଏହାର ମହତ୍ତ୍ୱ କୁ ଭୁଲି ନଯାଏ ସେଥିପାଇଁ ପ୍ରତିବର୍ଷ ମର୍ଚ୍ଚ ୨୦ ରେ ପାଳନ ହୁଏ ପଖାଳ ଦିବସ ।

ପଖାଳ କେବଳ ଏକ ଖାଦ୍ୟ ନୁହେଁ ଏହା ଓଡ଼ିଆଙ୍କ ସସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି ।

Leave A Reply

Your email address will not be published.