ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ସାମାଜିକ ଓ ସାଂସ୍କୃତିକ ଶାଖା ‘ କି୍ରଏଟିଭୋ’ ପକ୍ଷରୁ ଆୟୋଜିତ ‘ମାର୍ଗଶିରର ମହକ’ର ଦ୍ୱିତୀୟ ଭାଗ ଗୁରୁବାର ଉଦଯାପିତ ହୋଇଛି। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ସଂସ୍କୃତି, ପରମ୍ଫରାକୁ ବଜାଇ ରଖିବା ନେଇ ଏହି କାର୍ଯ୍ୟକ୍ରମ ଏକ ଅନନ୍ୟ ପ୍ରୟାସ ବୋଲି କହିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୋଆ ପ୍ରାଣୀବିଜ୍ଞାନ ମହାବିଦ୍ୟାଳୟର ସହଯୋଗୀ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାଶ ଓ ସୋଆ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ଯୋଗ ଦେଇ କ୍ରିଏଟିଭୋର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଗୀତା ଦାଶଙ୍କୁ “ମାର୍ଗଶିରର ମହକ ସମ୍ମାନ”ରେ ସମ୍ମାନିତ କରାଯାଇଛି। ସେହିପରି ଓଡିଆ ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରିଏଟିଭୋର ଆବାହକ ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନା କରିଥିଲେ। ଏହି ଉତ୍ସବରେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ରାକେଶ ଶତପଥୀ, ମାନସ ଦାସ, ଲୋପାମୁଦ୍ରା ଦାଶ, ବିଶ୍ୱଜିତ୍ ମିଶ୍ର, ଡକ୍ଟର ବିଦ୍ୱାନ ରଂଜନ ସାହୁ , ଡକ୍ଟର ସୁବ୍ରତ ସେନାପତି, ଡକ୍ଟର ଏସ. ପି. ମୋନାଲିସା, ଡକ୍ଟର ରାମକୃଷ୍ଣ ବସ୍ତିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଡକ୍ଟର ନନ୍ଦିିତା ଜେନା ଧନ୍ୟବାଦ ଦେଇଥିଲେ।
Comments are closed.