Latest Odisha News

BREAKING NEWS

ମାର୍ଗଶିର ମାସରେ ଏହିଭଳି କରନ୍ତୁ ଭଗବାନଙ୍କ ଆରାଧନା, ନିଶ୍ଚିତ ପାଇବେ ଶୁଭଫଳ !

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଉଛି ମାର୍ଗଶିର ମାସ । ପୁରାଣ ଅନୁଯାୟୀ ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ।

ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାରେ ଭଗବାନଙ୍କ ମହିମା ରହିଛି । ଶାସ୍ତ୍ର ଅନୁସାରେ, ଯେତେବେଳେ ଗୋକୁଳରେ ଅସଂଖ୍ୟ ଗୋପୀ ଶ୍ରୀହରିଙ୍କୁ ପାଇବା ପାଇଁ ଦୟାନ କରୁଥିଲେ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ମାର୍ଗଶିର ମାସରେ ବିଧି ମୁତାବକ ନଦୀରେ ସ୍ନାନ କରିବା ପାଇଁ କହିଥିଲେ । ପ୍ରତିଦିନ ପ୍ରାତଃ ସମୟରେ ନଦୀରେ ସ୍ନାନ କରି ଇଷ୍ଟ ଦେବତାଙ୍କୁ ପ୍ରଣାମ କରିବା ପାଇଁ ଉପଦେଶ ଦେଇଥିଲେ ।

ମାର୍ଗଶିର ମାସରେ ନଦୀରେ ସ୍ନାନ କରିବା ପୂର୍ବରୁ ତୁଳସୀ ଗଛର ମାଟି ଶରୀରରେ ଲଗାଇ ସ୍ନାନ କରିବା ଉଚିତ । ସ୍ନାନ ସମୟରେ ଓଁ ନମଃ ନାରାୟଣାୟ କିମ୍ବା ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ ।

ଏହାର ଅନ୍ୟାନ୍ୟ ମହତ୍ୱ ମଧ୍ୟ ରହିଛି । ମାର୍ଗଶିର ମାସରେ କୌଣସି ଶ୍ରଦ୍ଧାଳୁ ବ୍ରହ୍ମ ମୁହୂର୍ତ୍ତରେ ୩ ଦିନ ଯାଏଁ କୌଣସି ପବିତ୍ର ନଦୀରେ ସ୍ନାନ କଲେ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସ୍ତ୍ରୀମାନେ ଏହି ସ୍ନାନ କଲେ ସ୍ୱମୀଙ୍କ ସ୍ୱାସ୍ଥ୍ୟ ଭଲ ରହେ ଏବଂ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ।

Leave A Reply

Your email address will not be published.