Latest Odisha News

BREAKING NEWS

ମାଣବସା ଗୁରୁବାରର ପ୍ରମୁଖ ଭୋଗ ମଣ୍ଡା ପିଠାର ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତୁ

ଭୁବନେଶ୍ୱର: ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଏହିଦିନଟି ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନାନାଦି ଫଳମୂଳ ପିଠାପଣା ଦେଇ ଓଡ଼ିଆ ଘରର ଗୃହିଣୀ ମାନେ ମାର୍ଗଶିର ମାସ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତି । ତେବେ ଯେତେ ଫଳମୂଳ ଲାଗି ହେଲେ ସୁଦ୍ଧା ମାଆଙ୍କ ପ୍ରିୟ ମଣ୍ଡା ପିଠା ବିନା ଭୋଗ ଅଧୁରା ବୋଲି ପୁରାଣରେ ବର୍ଣ୍ଣିତ । ତେବେ ଆସନ୍ତୁ ଆଜି ଜାଣିବା ଘରେ କିପରି ପ୍ରସ୍ତୁତ ହୁଏ ଏହି ମଣ୍ଡା ପିଠା ..

ଆବଶ୍ୟକୀୟ ସାମଗ୍ରୀ:

ଅରୁଆ ଚାଉଳ ଚୁନା
ନଡ଼ିଆ କୋରା/ଛେନା
ଗୁଡ଼
ଗୁଜୁରାତି
ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ନିଡ଼ିଆ କୋରା କିମ୍ବା ଛେନାରେ ଗୁଡ଼ ଓ ଗୁଜୁରାତି ଦେଇ ଭାଜି ପୁର ପ୍ରସ୍ତୁତ କରନ୍ତୁ । ଏହାପରେ ପାଣି ଗରମ କରି ଚାଉଳ ଚୁନାକୁ ଫୁଟୁଥିବା ପାଣିରେ ଧୀରେଧୀରେ ପକାଇ ଏହାକୁ ଜନ୍ତନ୍ତୁ।

ଚୁନା ଜନ୍ତି ସେଦୁଅ ପ୍ରସ୍ତୁତ କରିବାପରେ ତାହା ଭିତରେ ଗୁଡ଼ ଓ ନଡ଼ିଆ ବା ଛେନାର ପୁର ଦେଇ ବାହାର ଭାଗକୁ ପୁରାପୁରି ବନ୍ଦ କରିଦିଅନ୍ତୁ କାକରା ପିଠା ପରି ।

ଏହାପରେ ଏକ ବାମ୍ଫ ପାତ୍ର ଭିତରେ ଏହାକୁ ସିଝିବାକୁ ଛାଡିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ ଖୋଲି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ମଣ୍ଡା ପିଠା

Leave A Reply

Your email address will not be published.