Latest Odisha News

ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍: ଡ଼ିସେମ୍ବର ୧୪ରୁ ଏକମାସ ଧରି ଅନୁଷ୍ଠିତ ହେବ

ଭୁବନେଶ୍ୱର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮ କିଲୋମିଟର୍ ଦୂରରେ ୧୪ ଡ଼ିସେମ୍ବରରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ଦିନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ, ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥ୍ରି-ଡ଼ି ମ୍ୟାପିଂ, ଫୁଡ୍ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡ଼ା ଏବଂ ଜଳ କ୍ରୀଡ଼ା ଭଳି ଆନ୍ତର୍ଜାତୀକ ମାନର ବ୍ୟବସ୍ଥା ପର୍ଯ୍ୟଟକମାନଙ୍କ ଲାଗି କରାଯିବ ।

ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଡ଼ିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ରହିଥିଲେ ।

Comments are closed.