Latest Odisha News

BREAKING NEWS

୩୦ରେ ଥାନାରେ ହାଜର ହୋଇ ପକ୍ଷ ରଖିବେ ହ୍ୟୁମାନ-ଶ୍ରେୟା

ଭୁବନେଶ୍ୱର : ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ରେ ଥାନାରେ ହାଜର ହେବେ ହ୍ୟୁମାନ-ଶ୍ରେୟା । ପୂର୍ବରୁ ୨ ଦିନ ନେଇଥିଲେ ଉଭୟ । ଗତ ୧୯ ତାରିଖରେ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିବା ବେଳେ ଗତକାଲି ଶ୍ରେୟା ପ୍ରେସମିଟ୍‌ କରି ଗଣମାଧ୍ୟମକୁ ସମସ୍ତ କଥା ଜଣାଇଛନ୍ତି  । ଯାହାକୁ ନେଇ ହ୍ୟୁମାନ ମଧ୍ୟ ପ୍ରତିକ୍ରିୟା ରଖିଥିଲେ  ।

ସୂଚନା ଅନୁଯାୟୀ, ଗତ ବୁଧବାର ଦିନ କଟକ ମହିଳା ଥାନାରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି ସେ ପ୍ରସମିଟ୍‌ରେ କହିଥିଲେ। ଝିଅର ଜନ୍ମ ପରେ ହ୍ୟୁମାନଙ୍କ ନିର୍ଯାତନା ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ହ୍ୟୁମାନ ପ୍ରବଳ ମଦ୍ୟପାନ କରୁଥିଲେ, ବାରଣ କରିବାରୁ ମାଡ଼ ମାରୁଥିଲେ । କେବଳ ସେତିକି ନୁହେଁ, ଝିଅ ପ୍ରତି ହ୍ୟୁମାନଙ୍କ ସେତେ ଭଲପାଇବା ନଥିଲା ବୋଲି ଶ୍ରୀୟା କହିଛନ୍ତି । ଏଥିସହ ଶାଶୁଘର ଲୋକେ ତାଙ୍କ ନିୟମ ମାନି ଚଳିବାକୁ ବାଧ୍ୟ କରୁଥିଲେ।

ସବୁଠୁ ବଡ଼ କଥା ହେଉଛି ଦୁହିଁଙ୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ଥିବା କହିଛନ୍ତି ଶ୍ରେୟା  । ଯେଉଁଥିପାଇଁ ସେ ଘର ଛାଡ଼ି ଚାଲିଯିବାକୁ ଉଚିତ ମନେ କରିଥିଲେ। ଶ୍ରେୟାଙ୍କ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ହ୍ୟୁମାନ ।  କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲି ସେ ମୋ ସହ ୮ ବର୍ଷ ଧରି କିପରି ରହୁଥିଲେ  । ଏତେସବୁ ଭିତରେ ତଥାପି ଆପୋଷ ବୁଝାମଣା ପାଇଁ ରାଜି ଅଛନ୍ତି ହ୍ୟୁମାନ  । ଆସନ୍ତା ୩୦ ତାରିଖରେ ହାଜର ହୋଇ ଉଭୟ ପକ୍ଷ ରଖିଲେ ସମାଧାନ ହେବ ବୋଲି ଆଶା କରାଯାଉଛି  ।

 

Leave A Reply

Your email address will not be published.