Latest Odisha News

BREAKING NEWS

ଅଟା, ଗ୍ୟାସ ପରେ ପାକିସ୍ତାନରେ ବିଜୁଳି ସଙ୍କଟ; ଅନ୍ଧାରରେ ଇସଲାମବାଦ, କରାଚି ସହ ଅନେକ ସହର

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନାର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର ଅନେକ ସହର ଗତକାଲି ରାତିରେ ବ୍ଲାକ ଆଉଟ ହୋଇଯାଇଥିଲା । ଗ୍ରୀଡ ଫେଲ ଯୋଗୁ ଅନେକ ବଡ ବଡ ସହର ଅନ୍ଧାରରେ ବୁଡି ରହିଥିଲା । ଅବଶ୍ୟ ପରେ ଏହାକୁ ସଜାଡି ଦିଆଯାଇଛି ।

ପାକିସ୍ତାନ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଛି,   ନାଶନାଲ ଇଲେକ୍ଟ୍ରିସିଟି ଗ୍ରୀଡ ଫେଲ ହେବା କରଣରୁ ବିଜୁଳି ସରବରାହ ବ୍ୟାହତ ହୋଇଥିଲା । ଏହାର ପରିଣାମସ୍ୱରୂପ ଅନେକ ସହର ଅନ୍ଧାର ହୋଇଯାଇଥିଲା । ତେବେ ଜିଓ ଟିଭିର କହିବା ଅନୁଯାୟୀ, ମନ୍ତ୍ରାଳୟର ଘୋଷଣା ପୂର୍ବରୁ ଭିନ୍ନ ଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ବିଜୁଳି ସରବରାହ ବନ୍ଦ ହୋଇଥିବା ସ୍ପଷ୍ଟ କରି ଥିଲେ ।

ପାକିସ୍ତାନରେ କ୍ୱେଟା ଇଲେକ୍ଟି୍ରକ ସପ୍ଲାଇ କମ୍ପାନୀ (QESCO) ପକ୍ଷରୁ କୁହାଯାଇଛି, ଗୁଡ୍ଡୁର କ୍ୱେଟା ଯାଇଥିବା ୨ଟି ଟ୍ରାନ୍ସମିଶନ ଲାଇନ ଟ୍ରିପ ହୋଇଯାଇଥିଲା । ଫଳେର କ୍ୱେଟା ସମେତ ବେଲୁଚିସ୍ଥାନର ୨୨ଟି ଜିଲ୍ଲା ଅନ୍ଧାର ହୋଇଯାଇଥିଲା । ଏପରିକି କରାଚି ଏବଂ ଲାହୋରର ଅନେକ ଅଞ୍ଚଳ ଅନ୍ଧାର ହୋଇଯାଇଥିଲା ।

ବିଜୁଳି ଚାଲିଯିବାରୁ ମୋବାଇଲ ମଧ୍ୟ କାମ କରି ନ ଥିଲା  । କାରଣ ଲାଇନ କଟିଯିବାରୁ ମୋବାଇଲ ଟାୱାର ମଧ୍ୟ ବନ୍ଦ ହୋଇ ଯାଇଥିଲା ।

ଅନ୍ୟ ଏକ ସୂତ୍ରର ମିଳିଥିବା ଖବର ଅନୁଯାୟୀ ଇସଲାମବାଦରେ ୧୧୭ ଗ୍ରୀଡ ଷ୍ଟେସନରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା ଫଳରେ ପେଶବାର ମଧ୍ୟ ଅନ୍ଧାର ହୋଇଯାଇଥିଲା । ପୂର୍ବରୁ ୨୦୨୧ରେ ମଧ୍ୟ ପାକିସ୍ତାନର ଅନେକ ସହର ବ୍ଲାକ ଆଉଟ ହୋଇଯାଇଥିଲା । ସେତେବେଳେ ଦକ୍ଷିଣ ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିବା ଏକ ପାୱାର ପ୍ଲାଣ୍ଟର ଏକ ଟେକନିକାଲ ଫଲ୍ଟ ହୋଇଯାଇଥିଲା । ଏହାର ପ୍ରଭାବରେ ପୁରା ଇଲେକ୍ଟ୍ରିକ ସିଷ୍ଟମ ବନ୍ଦ ହୋଇଯାଇଥିଲା । ପୁରା ଗୋଟିଏ ଦିନ ବିନା ବିଜୁଳିରେ କଟିଥିଲା ।

Leave A Reply

Your email address will not be published.