Latest Odisha News

BREAKING NEWS

ଦେଶରେ ‘ମ୍ୟାରିଟାଲ ରେପ୍‌’ ଏକ ନିଷ୍ଠୁର ଅପରାଧ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାର କହିଛନ୍ତି ଯେ ମ୍ୟାରିଟାଲ ରେପ୍‌ ମହିଳାଙ୍କ ବିରୋଧରେ ଯୌନ ହିଂସାର ସବୁଠୁ ବଡ ରୂପ। ଏହା ଏକ ନିଷ୍ଠୁର ଅପରାଧ ବୋଲି କହିଛନ୍ତି ଦିଲ୍ଲୀ ସରକାର।

ଏହାକୁ ନେଇ ବରିଷ୍ଠ ଆଡଭୋକେଟ୍ କହିଛନ୍ତି ଯେ ମ୍ୟାରିଟାଲ ରେପ୍‌ ହେଉଛି ହିଂସା ର ସବୁଠାରୁ ବଡ ରୂପ ଯାହା ଆମ ଘର ଭିତରେ ଘଟିଥାଏ। ବୈବାହିକ ଜୀବନରେ ଏହା ଅନେକବାର ଘଟିଥାଏ କିନ୍ତୁ କେବେ କେବେ ଏହା ସାମ୍‌ନାକୁ ଆସିନଥାଏ।

ଏନଜିଓ ଆରଆଇଟି ଫାଉଣ୍ଡେସନ, ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ମହିଳା ଆସୋସିଏସନ୍ ଦ୍ୱାରା ପୁରୁଷ ଏବଂ ମହିଳାଙ୍କ ଦ୍ବାରା ଏକ ପିଏଲଏସ୍ ଦାଖଲ କରିଥିଲେ।

ଦିଲ୍ଲୀ ସରକାର କହିଛନ୍ତି ଯେ ସାରା ବିଶ୍ୱର କୋର୍ଟ ମ୍ୟାରିଟାଲ ରେପ୍‌କୁ ଏକ ଅପରାଧ ଭାବେ ସ୍ୱୀକୃତି ଦେଇସାରିଛନ୍ତି।

Comments are closed.