Latest Odisha News

BREAKING NEWS

ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ : ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ବସ୍ ଫାନସିସ ହ୍ୟୁଜେନ । ଫେସବୁକର ଆଭ୍ୟନ୍ତରୀଣ କାର୍ଯ୍ୟାବଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଜୁକରବର୍ଗ କମ୍ପାନୀର ସିଇଓ ରହି ଏହାର ନାମ ମେଟା ରଖିବାରେ କୌଣସି ମୂଲ୍ୟ ନାହିଁ । ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଆୟୋଜିତ ଓ୍ବେବଟେକ ସମ୍ମିଳନୀରେ ଯୋଗ ଦେଇ ଫାନସିସ୍ କହିଛନ୍ତି, ଜୁକରବର୍ଗ କମ୍ପାନିରୁ ବାହାରିଗଲେ ବି କିଛି ଫରକ ପଡିବ ନାହିଁ । ତାଙ୍କ ବିନା କମ୍ପାନୀ ଚାଲିପାରିବ ।

ଗତ ସପ୍ତାହରେ ୩୦୦ କୋଟି ୟୁଜର ଥିବା ସବୁଠାରୁ ବଡ଼ ସୋସିଆଲ ମିଡିଆ ଫେସବୁକର ନାମ ମେଟା ହେବ ବୋଲି ଘୋଷଣା କରିଥିଲେ ଜୁକରବର୍ଗ । ସେ ଆହୁରି କହିଛନ୍ତି ଫେସବୁକର ନିରାପତ୍ତା ପ୍ରସଙ୍ଗ ଏଯାଏଁ ସମାଧାନ ହୋଇପାରିନାହିଁ । ଏବଂ ନାମ ପରିବର୍ତ୍ତନ କରିବାର କୌଣସି ମାନେ ନାହିଁ । ଫେସବୁକ କେବଳ ନିଜର ସମ୍ପ୍ରସାରଣ ପ୍ରକ୍ରିୟା ଜାରି ରଖୁଛି । ମାତ୍ର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କମ୍ପାନୀ ପଦକ୍ଷେପ ନେଉନାହିଁ ବୋଲି କହିଛନ୍ତି ଫାନସିସ୍ । ଏକପାଖିଆ ନିଷ୍ପତ୍ତି, ମନମୁଖି ସେବା ନେଇ ବିଭିନ୍ନ ମହଲରୁ ଫେସବୁକ ସମାଲୋଚନାର ପାତ୍ର ହେଉଥିବା ବେଳେ ଏହାର ନାମ ପରିବର୍ତ୍ତନକୁ ନେଇ ବଢ଼ିଛି ବିବାଦ ।

Leave A Reply

Your email address will not be published.