Latest Odisha News

BREAKING NEWS

ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡନାଭିସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ବାର୍ଲଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବାବ । ମୁମ୍ବାଇ ସହରରେ ସେ ୬୨ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ସହ ଅଣ୍ଡରଓ୍ବାର୍ଲଡର ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ ।

ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ସହ ସେ ଗୃହ ବିଭାଗ ଦାୟିତ୍ବରେ ବି ଥିଲେ । ତେଣୁ ତାଙ୍କ ବିରୋଧରେ ସେତେବେଳେ ଅଣ୍ଡରଓ୍ବାର୍ଲଡ ଲିଙ୍କ୍ ନେଇ ତଦନ୍ତ କରିପାରିଥାନ୍ତେ । ସେହିପରି ତାଙ୍କ ଜ୍ବାଇଙ୍କ ଘରୁ ବି କୌଣସି ଡ୍ରଗ୍ସ ଜବତ ହୋଇନାହିଁ ବୋଲି ସେ କହିଛନ୍ତି । ନବାବ ପୁଣି ଥରେ ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଓ୍ବାଙ୍ଖଡେ ୨ ଲକ୍ଷ ଟଙ୍କାର ଜୋତା, ୨୦ ଲକ୍ଷ ଟଙ୍କାର ହାତ ଘଣ୍ଟା, ୫୦ ହଜାର ଟଙ୍କାର ସାର୍ଟ ଓ ୩୦ ହଜାର ଟଙ୍କାର ଟି-ସାର୍ଟ ପିନ୍ଧୁଛନ୍ତି । ଗତକାଲି ମୁମ୍ବାଇ ଡ୍ରଗ୍ସ ମାମଲାରେ ଫଡନାଭିସଙ୍କ ବିରୋଧରେ ଅଭିଯୋଗ ନବାବ ମଲ୍ଲିକ । ଡ୍ରଗ୍ସ ଚାଲାଣକାରୀ ଜୟଦୀପ ରାଣାଙ୍କ ସହ ଫଡନାଭିସଙ୍କ ସମ୍ପର୍କ ରହିଛି ବୋଲି ଅଭିଯୋଗ ଆଣିଥିଲେ ନବାବ ।

Leave A Reply

Your email address will not be published.