Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟକାଳ ଯାଏଁ ଖୋଲିବ ନାହିଁ ମାର୍କେଟ ବିଲ୍ଡିଂ: ବ୍ୟବସାୟୀ ସଂଘ

ଭୁବନେଶ୍ୱର: ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରୁ ବାହାରିଲା ନାହିଁ ସମାଧାନର ବାଟ । ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛି ବ୍ୟବସାୟୀ ସଂଘ । ଗତକାଲି ବସିଥିଲା ବୈଠକ । ଏହାପରେ ବିଏମସି ପକ୍ଷରୁ ମାର୍କେଟ ବିଲ୍ଡିଂ ଉପରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା । ଏହାପରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଦୋକାନ ବନ୍ଦ ରହିବ ବୋଲି କହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ଓ କର୍ମକର୍ତ୍ତା ।

ମାର୍କେଟ୍ ବିଲ୍ଡିଂ ଭିତରେ ଦୁଇପାର୍ଶ୍ବରେ ଥିବା ଦୋକାନର ମଝି ସ୍ଥାନରେ ଉଠା ଦୋକାନୀମାନେ ବସୁଥିଲେ । ଏକ ଡ୍ରେସ୍ ସୋ’ରୁମ୍ ଆଗରେ ଜଣେ ମହିଳା ଚପଲ ଦୋକାନ କରି ବସୁଥିଲେ । ସେ ୩ ଶହ ଟଙ୍କାରେ ଭଡ଼ାରେ ସେହି ସ୍ଥାନକୁ ନେଇଥିବା କହୁଥିଲେ । କିଛି ମାସ ହେଲା ସେହି ସ୍ଥାନକୁ ସେ ଅନ୍ୟ ଜଣଙ୍କୁ ଭଡ଼ାରେ ଦେଇଥିଲେ । ସପ୍ତାହେ ତଳେ ମହିଳା ଜଣଙ୍କ ସେହି ଉଠାଦୋକାନୀଙ୍କୁ ଉଠି ଯିବାକୁ କହିଥିଲେ । କିନ୍ତୁ ସମ୍ପୃକ୍ତ ସୋ’ରୁମ୍ ତାଙ୍କୁ ଭଡ଼ା ଦେଇଥିବା ସେ କହିଥିଲେ । ଏହାକୁ ନେଇ ବିବାଦ ଉପୁଜିଥିଲା । ଏନେଇ ସେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ସୋମବାର ମହିଳାଜଣଙ୍କ ନିଜେ ସେଠାରେ ନିଜ ଦୋକାନ ଖୋଲିଥିଲେ। କିନ୍ତୁ ଦୋକାନ ଖୋଲିବାକୁ ଯିବା ସମୟରେ ସମ୍ପୃକ୍ତ ସୋ’ରୁମ୍ ରେ ଏକ ସ୍କୁଟି ରହିଥିଲା। ମହିଳା ସମ୍ପୃକ୍ତ ସୋ’ରୁମ୍ ମାଲିକଙ୍କୁ ଯାଇ ଘଟଣା ସମ୍ପର୍କରେ ପଚାରିଥିଲେ । ସେମାନଙ୍କ ଭିତରେ ପାଟିତୁଣ୍ଡ ହେବାରୁ ସେ ସ୍କୁଟିକୁ ଠେଲି ଫୋପାଡ଼ି ଦେଇଥିଲେ । ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା ।

ଉଠାଦୋକାନୀ-ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ, ବିଏମ୍ସି କିଛି ଶୁଣୁ ନ ଥିବା ଅଭିଯୋଗ କରି ବ୍ୟବସାୟୀ ସଂଘ ସୋମବାର ଅପରାହଣ ୨ଟା ପରଠାରୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିଦେଇଥିଲେ ।

Comments are closed.