Latest Odisha News

BREAKING NEWS

କରୋନା ପାଇଁ ନୂଆପଡ଼ାରେ ବନ୍ଦ ରହିବ ଦୋକାନ ବଜାର

ନୂଆପଡ଼ା : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିବା ସହ ଲୋକେ ଭୟଭୀତ ହେଲେଣି । କରୋନା ସଂକ୍ରମଣକୁ ନଜରରେ ରଖି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବଡ଼ ନିଷ୍ପତ୍ତି ନେଇଛି ବଣିକ ସଂଘ । ଆସନ୍ତା ଏପ୍ରିଲ ୧୬ ତାରିଖରୁ ୨୪ ତାରିଖ ଯାଏଁ ଦୋକାନ ବଜାର ବନ୍ଦ କରିବାକୁ ବଣିକ ସଂଘ ଘୋଷଣା କରିଛି ।

କରୋନା ସଂକ୍ରମଣ ପାଇଁ ଖଡ଼ିଆଳରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ବନ୍ଦ ସମୟରେ ଉଠା ଦୋକାନୀ, ଠେଲା, ପନିପରିବା ବଜାର ଖୋଲିବ ନାହିଁ । ବଣିକ ସଂଘର ଏହି ବନ୍ଦ ନିଷ୍ପତ୍ତି ସାଧାରଣ ଲୋକଙ୍କ ସମର୍ଥନ ମିଳିଛି । ଏହାଦ୍ବାରା କିଛି ମାତ୍ରାରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.