Latest Odisha News

BREAKING NEWS

ଆଇସିସି ଦୁର୍ନୀତି ନିବାରଣ ସଂସ୍ଥା ହାତରେ ଧରାପଡିଲେ ସାମୁଏଲ୍ସ

ଆଂଟିଗୁଆ: ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ମାର୍ଲନ ସାମୁଏଲ୍ସ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦୁର୍ନୀତି ନିବରାଣ ସଂସ୍ଥା ହାତରେ ଧରା ପଡିଛନ୍ତି । ଟି୧୦ ଲିଗରେ ସେ କେତେକ ନିୟମ ଉଲ୍ଲଂଘନ କରିଥିଲେ । ମ୍ୟାଚ ଫିକ୍ସ କରିବା ପାଇଁ ୭୫୦ ଡଲାର ନେଇଥିବା ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଆସିଛି । ସେ ଏ ନେଇ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ଜଣାଇନ ଥିଲେ ।ଆଇସିସି ପକ୍ଷରୁ ସାମୁଏଲ୍ସଙ୍କୁ ନୋଟିସ ଜାରୀ କରାଯାଇଛି ।

ୱେଷ୍ଟଇଣ୍ଡିଜ ଟିମ ୨୦୧୨ ଓ ୨୦୧୬ ଟି୨୦ ବିଶ୍ୱକପ ବିଜୟ ପଛରେ ସାମୁଏଲ୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ସେ ଆନ୍ତର୍ଜାତୀୟ ସ୍ତରରେ ୭୧ ଟେଷ୍ଟ, ୨୦୪ ଦିନିକିଆ ଓ ୬୭ ଟି୨୦ ମ୍ୟାଚ ଖେଳିଛନ୍ତି । ପୂର୍ବରୁ ତାଙ୍କ ନାମରେ ମ୍ୟାଚ ଫିକ୍ସିଂ ଏବଂ ଅବୈଧ ବୋଲିଂ ଆକ୍ସନ ନେଇ ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.