Latest Odisha News

ଅଜବ ରୀତିନୀତି ଯୋଗୁ ରାଗିଯାଇ ବର ପଳାଇଲା: ବର ମୁହଁରେ ଲଗାଇଥିଲେ ପାଉଡ଼ର,ଲିପ୍‌ଷ୍ଟିକ୍‌, କଜଳ

ଆମ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ପାଳନ କରାଯାଏ । କେଉଁଠି ଏମିତି କିଛି ରୀତିନୀତି ଅଛି, ଯାହାକୁ ଦେଖିବାକୁ ମଜା ଲାଗେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଠି ବିବାହ ସମୟରେ ଅଜବ ରୀତିନୀତି ପାଳନ ଯୋଗୁ ବର ରାଗିଯାଇ ବିବାହ ମଣ୍ଡପରୁ ଉଠି ପଳାଇଛି ।

ବିବାହ ସମୟରେ ଏମିତି କିଛି ରୀତିନୀତି ଅଛି, ଯାହାକୁ ଅନିଚ୍ଛାସତ୍ତ୍ୱେ ବରକନ୍ୟା ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିବାହ ପାଇଁ ଜଣେ ଯୁବକ ବର ବେଶରେ ସଜ୍ଜିତ ହୋଇ ଶ୍ୱଶୁର ଘରେ ପହଞ୍ôଚଛନ୍ତି । ବରକୁ ସ୍ୱାଗତ କରି ଲୋକଙ୍କ ମେଳରେ ବସାଇ ଦେଉଛନ୍ତି । କେବଳ ତାଙ୍କୁ ନୁହେଁ, ତାଙ୍କ ସହ ଆସିଥିବା ଅନ୍ୟ ସମ୍ପର୍କୀୟମାନଙ୍କୁ ମଧ୍ୟ ଏଠାରେ ବସାଯାଉଛି । ପରେ ତାଙ୍କ ମୁହଁରେ ପାଉଡ଼ର, ଲିପ୍‌ଷ୍ଟିକ୍ ଲଗାଇବା ସହ ମୁହଁର ବିଭିନ୍ନ ସ୍ଥାନରେ କଜଳ ଲଗାଇ ଦିଆଯାଉଛି । ତା’ପରେ ମୁଣ୍ଡରେ ତେଲ ଲଗାଯାଉଛି । ଠିକ୍ ଏହିପରି ବରର ସମ୍ପର୍କୀୟଙ୍କ ସହ ମଧ୍ୟ କରାଯାଉଛି । ବର ଓ ସମ୍ପର୍କୀୟଙ୍କୁ ଏମିତି ସଜ୍ଜେଇ ଦେଲେ ଯେ, ଯେ କେହି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ । ଶାନ୍ତ ସରଳ ଭାବେ ରୀତିନୀତି ପାଳନ କରୁଥିବା ବରକୁ ଏହା ଏକ ଅପମାନ ବୋଲି ଲାଗିଥିଲା । ତେଣୁ ସେ ରାଗିଯାଇ ସେଠାରୁ ଉଠି ପଳାଇଗଲେ । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ ଏହା ବର ଓ ତାଙ୍କ ପରିବାର ପାଇଁ ଅପମାନ ବୋଲି ମତ ରଖିଛନ୍ତି ।

Comments are closed.