Latest Odisha News

BREAKING NEWS

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ବାଲେଶ୍ବର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଗିରଫ । ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଦୁଷ୍କର୍ମ ପୀଡ଼ିତା  ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ସୋର ପୋଲିସ ।

BjdElectrycity

ପୋଲିସର ସୂଚନାନୂସାରେ, ଉଦଳା ଥାନା ଅନ୍ତର୍ଗତ ରାଢ ଅଞ୍ଚଳର ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ତାଙ୍କ ଭିଣୋଇଙ୍କ ଘର ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଅଞ୍ଚଳରେ ରହୁଥିଲେ । ଆଜି (ଶନିବାର) ତାଙ୍କ ଭଉଣୀ ଭିଣୋଇ ନଥିବାର ସୁଯୋଗ ନେଇ ଔପଦା ଥାନା ଗଜଆମ୍ବ ଗ୍ରାମର ୩୨ ବର୍ଷୀୟ ଜଣେ ବିବାହିତ ଯୁବକ ବାଇଧର ସିଂ ସୋରରେ ଥିବା ଅନ୍ଧ ମୁକ ଆଶ୍ରୟସ୍ଥଳକୁ ନେବା ବାହାନାରେ ଯୁବତୀ ଜଣଙ୍କୁ ସୋର ଅଭିମୁଖେ ଆଣିଥିଲା । ମାତ୍ର ନିର୍ଜନ ସ୍ଥାନ ଦେଖି ମାଣିପୁର ପଞ୍ଚାୟତ ଖୁଣ୍ଟା ନିକଟରେ ଏକ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲା ଯୁବକ ।

ତେବେ ଦିବ୍ୟାଙ୍ଗ ଯୁବତୀ (ମୁକ ଓ ବଧିର) ଜଣଙ୍କ ନିଜକୁ ରକ୍ଷା କରିବାକୁ ଯାଇ ଚିତ୍କାର କରିଥିଲେ । ଏହା ଶୁଣି ସ୍ଥାନୀୟ ଲୋକେ ଆସିବାବେଳକୁ ଘଟଣାସ୍ଥଳରୁ ଯୁବକ ଜଣକ ଖସି ପଳାଇଥିଲା । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ସୋର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଡାକ୍ତରୀମାଇନା କରିବାପରେ ସୋର ସ୍ଥିତ ସୁଧାର ଗୃହରେ ଯୁବତୀଙ୍କୁ ରଖିଛି ସୋର ପୋଲିସ ।

ଅନ୍ୟପଟେ ସାଙ୍କେତିକ ଭାଷାରେ ପୋଲିସ ଯୁବତୀଙ୍କ ଠାରୁ ସମସ୍ତ ଘଟଣାକ୍ରମ ବିଷୟରେ ବୁଝି ଏକ ଜଙ୍ଗଲ ଭିତରୁ ବାଇଧରକୁ ଗିରଫ କରିଛି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.