Latest Odisha News

BREAKING NEWS

ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଓଏଚଆରସିର ନୋଟିସ୍‌, ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ମାମଲାରେ ଓଏଚଆରସିଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ, ଏସ୍‌ପି ଓ ସିଡିଏମ୍‌ଓଙ୍କୁ ନୋଟିସ୍‌ କରି ୪ ସପ୍ତାହ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ଏଥିସହ ସରକାରୀ ଖର୍ଚ୍ଚରେ ପୀଡ଼ିତାଙ୍କୁ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ରହିଛି।

BjdElectrycity

କୁନ୍ଦେଇ ଥାନା ଅଞ୍ଚଳରେ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣାରେ ପ୍ରଧାନ ଶିକ୍ଷକ ସୂଚେନ୍ଦ୍ର ବିଶ୍ୱାଳ, ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଉଭୟ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। ଗତକାଲି ଉଭୟ ଶିକ୍ଷକ ଗିରଫ ହୋଇଥିଲେ।

ଏହି ମାମଲାରେ ଉଭୟ ବିଜେପି ନେତା ବଳଭଦ୍ର ମାଝୀ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହସ୍ପିଟାଲ ଯାଇ ପୀଡିତାଙ୍କୁ ଭେଟିବା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ମାମଲାରେ ଜାତୀୟ ମାନବାଧିକାର କମିସନରଙ୍କ ନିକଟରେ ଗଣଦୁଷ୍କର୍ମ ମାମଲାରେ ନ୍ୟାୟ ପାଇଁ ଲଢ଼େଇ ପରିବାରର ସୁବ୍ରତ କୁମାର ଦାଶ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଏନ୍ଏଚ୍ଆରସି ହସ୍ତକ୍ଷେପ କରିବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ପରିବାର ଲୋକଙ୍କୁ ଏ ବାବଦରେ ଲୁଚାଇଥିଲେ। କିନ୍ତୁ ପରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ ହସ୍ପିଟାଲ ନେଇଥିଲେ ଅଧିକ ଚିକିତ୍ସା ପାଇଁ। ଏହି ସମୟରେ ସମ୍ବେଦନଶୀଳ ଅଙ୍ଗରେ ଯନ୍ତ୍ରଣା ହେଉଥିବା କଥା ପୀଡିତା କହିଥିଲେ। ପରେ ନର୍ସ ଜଣଙ୍କ ଦୁଷ୍କର୍ମ ହୋଇଥିବା ସନ୍ଦେହ କରି ପୀଡିତାଙ୍କ ମୁହଁରୁ ସତ ଓଗାରିଥିଲେ। ଏହାପରେ ପରିବାର ଲୋକ ଯାଇ ଥାନାରେ ଏତଲା ଦେଇଥିଲେ।

Leave A Reply

Your email address will not be published.