Latest Odisha News

BREAKING NEWS

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ କରୁଛନ୍ତି ପତ୍ନୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପଳନ କରିଥାନ୍ତି । ମା ସାବିତ୍ରୀଙ୍କ ନିକଟରେ ନୂଆ ଶାଢି, ନାଲି ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ପୂଜା କରିଥାନ୍ତି । ଏହି ବ୍ରତ ଜ୍ୟେଷ୍ଠ ଅମାବାସ୍ୟା ଦିନ ପାଳନ କରାଯାଇଥାଏ । ଓଡ଼ିଶା ଏବଂ ଭାରତର କିଛି ସ୍ଥାନରେ ସଧବା ମହିଳା ମାନେ ଏହି ବ୍ରତ ପାଳନ କରିଥାଆନ୍ତି । ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି ।

ପୌରାଣିକ ବର୍ଣ୍ଣନା ଅନୁଯାୟୀ, ରାଜା ଦ୍ୱିମୋତ ସେନଙ୍କର ପୁତ୍ର ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା, ଧର୍ମ ଆଗରେ ହାର୍‌ ମାନିଯାଇଥିଲେ ଯମରାଜା । ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ ତାହା ଏହି ବ୍ରତର ମହତ୍ତ୍ୱ । ଏନେଇ ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ସମସ୍ତ ଦେବୀ ମାଙ୍କ ମନ୍ଦିର । ସକାଳୁ ସକାଳୁ ବିଭିନ୍ନ ଦେବୀ ମାଙ୍କ ପୀଠରେ ମହିଳା ମାନଙ୍କର ଜମୁଛି ଭିଡ଼ ।

 

 

Leave A Reply

Your email address will not be published.