Latest Odisha News

BREAKING NEWS

ସରକାରୀ ବସ୍‌ ଉପରକୁ ଗୁଳିମାଡ଼, କେହି ମୃତାହତ ହୋଇନଥିବା ସୂଚନା

କୋରାପୁଟ : ବୈପାରୀଗୁଡ଼ା ଥାନା ନିକଟରେ ବସ୍ ଉପରକୁ ଗୁଳିମାଡ଼ । ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏହି ଏସି ଡିଲକ୍ସ ବସ୍‌ଟି ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୈପାରୀଗୁଡ଼ା ଥାନା ନିକଟରେ ଏହା ଉପରକୁ ଗୁଳି ମାଡ଼ ହୋଇଥିଲା। ଏହି ଗୁଳିମାଡ଼ରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଗୁଳି ବସ୍‌ର ଗୋଟିଏ ପାର୍ଶ୍ୱର ଝରକାରେ ବାଜିଥିଲା। ବସ୍‌ ଝରକାରେ ଛିଦ୍ର ହୋଇଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଘଟଣା ସମ୍ପର୍କରେ ବୈପାରୀଗୁଡ଼ା ପୁଲିସକୁ ଖବର ଦେଇଥିଲେ ।

ତେବେ କିଏ ଓ କାହିଁକି ଗୁଳି ଚଳାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି । ଗୁଳିମାଡ଼ର କାରଣ ବିଷୟରେ କିଛି ଜଣାପଡ଼ି ନଥିବା ବେଳେ ପୁଲିସ ତା’ର ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.