Latest Odisha News

କର୍ପୋରେଟ୍ ଟ୍ୟାକ୍ସ ହ୍ରାସର ପ୍ରଭାବ: ଏବେ ୫,୦୦୦ କମ୍ ଦାମରେ ମିଳିବ ମାରୁତି କାର୍ !

ନୂଆଦିଲ୍ଲୀ: ଦେଶ ସର୍ବବୃହତ କାର୍ ନିର୍ମାଣ କମ୍ପାନୀ ‘ମାରୁତି ସୁଜୁକି’ ବୁଧବାର ଦିନ ଗ୍ରାହକଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବାଯୋଗୁଁ ଏହାର ସୁପ୍ରଭାବ କାର୍ କ୍ରେତାଙ୍କୁ ମିଳିଛି । ମାରୁତି ସୁଜୁକି କମ୍ପାନୀ କାର୍ ମୂଲ୍ୟରେ ୫,୦୦୦ ଟଙ୍କା ହ୍ରାସ କରିଥିବା ନେଇ ସୂଚନା ମିଳିଛି ।

ଏହି ବୃହତ କାର୍ କମ୍ପାନୀ ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ଅଲଟୋ ୮୦୦, ଅଲଟୋ କେ୧୦, ସ୍ୱିଫ୍ଟ ଡ଼ିଜେଲ, କାଲେରିଓ, ବଲେନୋ ଡ଼ିଜେଲ, ଇଗ୍ନିସ, ଡ଼ିଜାୟାର ଡ଼ିଜେଲ, ଟୁର୍ ଏସ ଡ଼ିଜେଲ, ଭିଟାରା ବ୍ରିଜା ଏବଂ ଏସ-କ୍ରସ କାର କ୍ରୟ ଉପରେ ୫,୦୦୦ ଟଙ୍କା ମୂଲ୍ୟ ହ୍ରାସ କରିଛି ।

ସେହିପରି ଭାବେ ଅନ୍ୟ କାର୍ ନିର୍ମାତା ବିଶେଷକରି ଟୟୋଟା, ହୁଣ୍ଡାଇ ଏବଂ ହୋଣ୍ଡା କମ୍ପାନୀ ମଧ୍ୟ କର୍ପୋରେଟ ଟ୍ୟାକ୍ସ ହ୍ରାସ ହେବାପରେ କାର୍ ଦାମରେ ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରୁଥିବା ସୂଚନା ମିଳିଛି ।

ଦେଖିବାକୁ ଗଲେ ମାନ୍ଦାବସ୍ଥା ଯୋଗୁଁ କାର୍ ବିକ୍ରି କିଛିମାସ ପୂର୍ବରୁ ଦ୍ରୁତ ଗତିରେ ହ୍ରାସ ଘଟିଥିଲା । ଚଳିତ ବର୍ଷ କେବଳ ଅଗଷ୍ଟ ମାସରେ କାର୍ ବିକ୍ରି ୩୪.୩ ପ୍ରତିଶତକୁ ହ୍ରାସ ପାଇଥିଲା । ଚଳିତ ପୂଜା ଋତୁରେ ମାରୁତି ସୁଜୁକି କମ୍ପାନୀ କାର୍ ବିକ୍ରି ଉପରେ ଗ୍ରାହକ ମାନଙ୍କ ପ୍ରତି ବିଶେଷ ରିହାତି ପ୍ରଦାନ କରୁଛି ।

ଏଠାରେ ସୂଚନାଯୋଗ୍ୟ, ଆଗାମୀ ସେପ୍ଟେମ୍ବର ୩୦ ତାରିଖରେ ମାରୁତି ସୁଜୁକି କମ୍ପାନୀ ଏସ-ପ୍ରେସୋ ନାମକ ଏକ ନୂଆ କାର୍ ବଜାରରେ ଲଞ୍ଚ୍ କରୁଥିବାର ସୂଚନା ମିଳିଛି ।

Comments are closed.