Latest Odisha News

BREAKING NEWS

ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’

ନୂଆଦିଲ୍ଲୀ: ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ଲାଗି ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ୱାରା ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ପୁରସ୍କାର ଆରମ୍ଭ କରାଯିବାର ଏକ ଅଧିସୂଚନା ସେପ୍ଟେମ୍ବର ୨୦, ୨୦୧୯କୁ ଜାରି କରାଯାଇଛି ।

ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏକ ମଜଭୁତ ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା । ରାଷ୍ଟ୍ରୀୟ ଏକତା ଦିବସ, ଅର୍ଥାତ ଅକ୍ଟୋବର ୩୧, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପୁରସ୍କାରର ଘୋଷଣା କରାଯିବ ।

ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କ ସ୍ୱାକ୍ଷର ଓ ମୋହର ଥିବା ଏକ ସନନ୍ଦ ରୂପେ ପ୍ରଦାନ କରାଯିବ ଏବଂ ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହ ସହିତ ଏକ ପୁରସ୍କାର ସମାରୋହରେ ତାଙ୍କ ଦ୍ୱାରା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ପୁରସ୍କାର ସମିତିର ଗଠନ କରାଯିବ, ଯେଉଁଥିରେ ସଦସ୍ୟ ଭାବେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ଗୃହସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ କରାଯାଇଥିବା ତିନିଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ ।

ପୁରସ୍କାରରେ ଏକ ପଦକ ଏବଂ ସମ୍ବର୍ଦ୍ଧନା ପତ୍ର ରହିବ । ଏହି ପୁରସ୍କାରରେ କୌଣସି ଅନୁଦାନ କିମ୍ବା ନଗଦ ରାଶି ପ୍ରଦାନ କରାଯିବ ନାହିଁ । ଗୋଟିଏ ବର୍ଷ ମଧ୍ୟରେ ତିନିରୁ ଅଧିକ ପୁରସ୍କାର ଦିଆଯିବ ନାହିଁ । ଏହା ଅତି ଅସାଧାରଣ ଏବଂ ଅତ୍ୟଧିକ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଛାଡି ମରଣୋତର ଭାବେ ପ୍ରଦାନ କରାଯିବ ନାହିଁ ।

ପ୍ରତିବର୍ଷ ନାମାଙ୍କନ ଆମନ୍ତ୍ରଣ କରାଯିବ । ଆବେଦନକୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ବିଶେଷ ଭାବେ ଡିଜାଇନ କରାଯାଇଥିବା ୱେବସାଇଟରେ ଅନଲାଇନ ଫାଇଲ କରିବା ଆବଶ୍ୟକ ହେବ । ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ, ବୟସ କିମ୍ବା ବୃତିର ବିନା ଭେଦଭାବରେ ଭାରତର ଯେକୌଣସି ନାଗରିକ ଏବଂ ଯେକୌଣସି ସଂସ୍ଥା/ସଙ୍ଗଠନ ଏହି ପୁରସ୍କାର ପାଇଁ ଯୋଗ୍ୟ ହେବେ ।

ଭାରତରେ ସ୍ଥିତ ଯେକୌଣସି ଭାରତୀୟ ନାଗରିକ କିମ୍ବା ସଂସ୍ଥା କିମ୍ବା ସଙ୍ଗଠନ ଏହି ପୁରସ୍କାର ଲାଗି ଯେକୌଣସି ବ୍ୟକ୍ତିର ନାମାଙ୍କନ ଦାଖଲ କରିପାରିବେ । ବ୍ୟକ୍ତି ନିଜେ ମଧ୍ୟ ନାମାଙ୍କନ ଦାଖଲ କରିପାରିବେ । ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ଏବଂ ଭାରତ ସରକାରଙ୍କ ମନ୍ତ୍ରଣାଳୟ ମଧ୍ୟ ନାମାଙ୍କନ ପଠାଇ ପାରିବେ ।

Leave A Reply

Your email address will not be published.