Latest Odisha News

ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ଅନୁରା କୁମାରା ଦିଶାନାୟକେ । ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରାଙ୍କୁ ମିଳିଛି ୫୬% ଭୋଟ୍‌ । ଦେଶର ୧୦ମ ରାଷ୍ଟ୍ରପତି ନିର୍ବାଚନ ଗତକାଲି ଭୋଟିଂ ହୋଇଥିଲା ଏବଂ ମତଦାନ ଗଣନା ଗତକାଲି ସଂଧ୍ୟା ୫ ସୁଦ୍ଧା ଆରମ୍ଭ ହୋଇଥିଲା। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ୨୦୧୯ ନିର୍ବାଚନରେ ୮୩ ପ୍ରତିଶତ ମତଦାନ ହୋଇଥିଲା।

୭ଟି ନିର୍ବାଚନ ମଣ୍ଡଳୀରେ ଡାକ ଭୋଟିଂରୁ ମିଳିଥିବା ଫଳାଫଳ ଅନୁଯାୟୀ, ଦିଶାନାୟକେ ୫୬% ଭୋଟ୍‌ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଥ ପ୍ରେମାଦାସ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ଓ୍ବିକ୍ରେମସିଂହେ ପ୍ରତ୍ୟେକେ ୧୯ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଅନ୍ୟପଟେ ସାଜିଶ ପ୍ରେମଦାସା ୨୨ ପ୍ରତିଶତ ଭୋଟ ସହିତ ୨ୟ ସ୍ଥାନରେ ଥିବା ବେଳେ ବିକ୍ରବସିଂଘେ ମାତ୍ର ୧୬ ପ୍ରତିଶତ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି।

୨୦୨୨ରେ ଆର୍ଥିକ ସଂକଟ ଶ୍ରୀଲଙ୍କାରେ ଦେଖାଦେଇଥିଲା, ଯାହାପରେ ଶ୍ରୀଲଙ୍କାରେ ଗୋଟାବାୟା ସରକାର ବିରୋଧରେ ଏକ ବଡ଼ ବିଦ୍ରୋହ ହୋଇଥିଲା। ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ପସିଯାଇଥିଲେ, ଯାହାପରେ ଗୋଟାବାୟା ଦେଶ ଛାଡି ପଳାୟନ କରିଥିଲେ। ଏହି ଘଡିସନ୍ଧି ମୁହୂର୍ତ୍ତରେ ରାନିଲ ବିକ୍ରମସିଂଘ ଦେଶର ଶାସନ ଭାର ଗ୍ରହଣ କରିଥିଲେ।

Leave A Reply

Your email address will not be published.